ପାରିବାରିକ କଳହକୁ ନେଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

add-all

ଭୁବନେଶ୍ୱର : ରାଜଧାନୀରେ ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା । ଲିଙ୍ଗରାଜ ଥାନା ସାମନ୍ତରାୟପୁର ଅଞ୍ଚଳରେ ପାରିବାରିକ କଳହକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଖଣ୍ଡା ଚୋଟରେ ଦୀପକ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ରକ୍ତାକ୍ତ ଅବସ୍ଥାରେ ଦୀପକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ରେଫର କରିଛନ୍ତି । ଘଟଣା ପରେ ଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି । ପାରିବାରିକ କଳହକୁ ନେଇ ଆକ୍ରମଣ ହୋଇଥିବା କୁହାଯାଉଥିବା ବେଳେ, ଘଟଣା ପଛରେ ପ୍ରକୃତ କାରଣ କଣ ଏବଂ ଆକ୍ରମଣକାରୀ କିଏ, ସେନେଇ ତଦନ୍ତ ଜାରି ରହିଛି ।

ସେହିପରି ଗତକାଲି ଉଧାର ଟଙ୍କା ମାଗିବାରୁ ମାଆ-ପୁଅଙ୍କୁ ଘରେ ପଶି ହାଣିଥିଲେ ଦୁର୍ବୃତ୍ତ । ବାଲିପାଟଣା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଥିଲା । ଉଭୟ ମାଆ-ପୁଅଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ଉଭୟ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକ ଓ ସ୍ଥାନୀୟ ଲୋକେ ଆହତ ମାଆ-ପୁଅଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ବର୍ତ୍ତମାନ ଉଭୟଙ୍କର ଚିକିତ୍ସା ଚାଲିଛି ।

ad-week
Leave A Reply

Your email address will not be published.