
ବାଲିଗୁଡା : ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଥିବାରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବାଲିଗୁଡ଼ା ରୁ ରାଇକିଆ ଯିବା ରାସ୍ତାରେ ପିରିଗଡ଼ ପୂର୍ବରୁ ରାସ୍ତା ଉପରେ ଏକ ଗଛ ପଡ଼ିବା ଯୋଗୁଁ ଯାତାୟାତ ରେ ବାଧା ସୃଷ୍ଟି ହୋଇଥିଲା l ପ୍ରାୟ ଦୁଇଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ରାସ୍ତାର ଦୁଇ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଥିବାରୁ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇଥିଲେ l ଖବର ପାଇ ବାଲିଗୁଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସ୍ୱାଭାବିକ କରିଥିଲେ l
