କମେଣ୍ଟ ମରାକୁ ନେଇ ରାଜଧାନୀରେ ଗଡ଼ିଲା ମୁଣ୍ଡ

add-all

ଭୁବନେଶ୍ଵର : କମେଣ୍ଟ ମରାକୁ ନେଇ ରାଜଧାନୀରେ ମର୍ଡର । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ । ଚିକିତ୍ସାଧୀନ ଅବସ୍ଥାରେ ମଞ୍ଚେଶ୍ୱର ଥାନା ଝରଣା ବସ୍ତିର ବନମାଳୀ ଭୋଳଙ୍କ ମୃତ୍ୟୁ ହୋଇଯାଇଛି । ପୋଲିସ ଘଟଣାରେ ଛାନ୍‌ଭିନ୍‌ ଆରମ୍ଭ କରିଛି ।

ସୂଚନା ଅନୁସାରେ ଗତ ୧୫ ତାରିଖ ସନ୍ଧ୍ୟାରେ ଘରୁ ଘୋଷାଡ଼ି ଆଣି ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଯେଉଁଥିରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ହେଲେ ମଙ୍ଗଳବାର ମାନେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ମୃତ ବ୍ୟକ୍ତି ମଞ୍ଚେଶ୍ୱର ଥାନା ଝରଣା ବସ୍ତିର ବନମାଳୀ ଭୋଳ। ଏହି ହତ୍ୟା ଘଟଣାର ଜଣେ ଅଭିଯୁକ୍ତ ଆଦିତ୍ୟ ଲେଙ୍କାକୁ ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସୁଶୀଲ ସ୍ୱାଇଁ ଫେରାର ରହିଛି। ଫେରାର ଅଭିଯୁକ୍ତକୁ ଧରିବାକୁ ଛାନଭିନ୍ କରୁଛି ପୋଲିସ। ସେହିପରି ଆଜି ଆବଶ୍ୟକ ପଡେ, ତେବେ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ବୋଲି ସୂଚନା ମିଳିଛି ।

ad-week
Leave A Reply

Your email address will not be published.