ନିଜ ଦଳ ସପକ୍ଷରେ ଭୋଟ ଦେବାକୁ ବିଧାୟକଙ୍କ ନିବେଦନ

add-all

ଦାରିଙ୍ଗବାଡ଼ି (୯/୨) : ଦାରିଙ୍ଗବାଡ଼ି ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ଫେବୃଆରୀ ୨୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବୁଧବାର ଦିନ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ବ୍ଲକର ୧୧ ନମ୍ବର ଜୋନର ଗ୍ରିନବାଡ଼ି ପଞ୍ଚାୟତ ର ତଗାପାଙ୍ଗା ଗ୍ରାମରେ ଏବଂ ଦନେକ ବାଡ଼ି ପଞ୍ଚାୟତ ଓ ପ୍ଲିହେରି ପଞ୍ଚାୟତ ବୁଲି ନିର୍ବାଚନ ପ୍ରଚାର କରିଥିଲେ । ଅଞ୍ଚଳର ବିକାଶ ପାଇଁ ବିଜୁ ଜନତା ଦଳର ୧୦ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ରଞ୍ଜନ କୁମାର ପ୍ରଧାନ ଓ ୧୧ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ରମାକାନ୍ତ ମାଝୀଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ ବିଧାୟକ ଶ୍ରୀ ପ୍ରଧାନ।

ଏଥିରେ ବିଜେଡ଼ି ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ, ବିଧାୟକ ପ୍ରତିନିଧି ଦିପକ କୁମାର ସାହୁ, ୧୦ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ପ୍ରାର୍ଥୀ ରଞ୍ଜନ କୁମାର ପ୍ରଧାନ , ୧୧ ଜୋନ୍ ର ଜିଲ୍ଲା ପରିଷଦ ପ୍ରାର୍ଥୀ ରମାକାନ୍ତ ମାଝୀ, ସରପଞ୍ଚ ସଞ୍ଜୟ ପ୍ରଧାନଙ୍କ ସମେତ ସ୍ଥାନୀୟ ବିଜେଡ଼ି କର୍ମୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.