କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ । ବସ ଚାଳକଙ୍କ ସାହସ ଏବଂ ଉପସ୍ଥିତ ବୁଦ୍ଧି ଯୋଗୁଁ ବିପଦ ଟଳିଗଲା

add-all

ଫୁଲବାଣୀ (୯/୨) : ଆଜି ମା ପାଟଖଣ୍ଡା ନାମକ ଏକ ଯାତ୍ରୀବାହୀ ବସ ନଂ OR05AV 3065 ସାରଙ୍ଗଡ଼ ରୁ ମୁଜାଗଡ଼ ଅଭିମୁଖେ ବାହାଘର କାର୍ଯ୍ୟରେ ଯାତ୍ରୀଙ୍କୁ ଧରି ଯାଉଥିବା ବେଳେ କଳିଙ୍ଗା ଘାଟି ୫କିମି ଅତିକ୍ରମ କରିବା ପରେ ଗାଡିର ବ୍ରେକ ଫେଲ ହୋଇଯାଇଥିବା ଚାଳକ ଜାଣି ପାରି ବସରେ ବସିଥିବା ସମସ୍ତ ଯାତ୍ରୀଙ୍କୁ ଜଣେଇବା ସହ ନିଜ ନିଜକୁ ସୁରକ୍ଷିତ ରହିବା ନିମନ୍ତେ ପ୍ରସ୍ତୁତ ରହିବାକୁ କହିଥିଲେ ଏବଂ ମୁଁ ବସ କୁ ରାସ୍ତା ପାଶ୍ୱକୁ ଖସେଇଦେଉଛି ବୋଲି କହି ବସଟିକୁ ଘାଟିର ଡାହାଣ ପାର୍ଶ୍ଵ ପାହାଡ଼ ପାଖରେ ଥିବା ଡ୍ରେନକୁ ଖସେଇ ଦେଇଥିଲେ।ବସଟି ଡ୍ରେନକୁ ଖସି ଯାଇଥିଲା।ବସ ରେ ବସିଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।ବସ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଏବଂ ସାହାସ ଯୋଗୁଁ ଗୋଟେ ବଡ଼ ଦୁର୍ଘଟଣାରୁ ୪୦ଯାତ୍ରୀ ବର୍ତ୍ତି ଯାଇଥିବା ଜଣାପଡିଛି।

ad-week
Leave A Reply

Your email address will not be published.