ବନବିଭାଗ ପକ୍ଷରୁ ଜଙ୍ଗଲ-ଅଗ୍ନି ନିରୋଧ କର୍ମଶାଳା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ…

add-all

ମାଲକାନଗିରି : ମାଲକାନଗିରି ବନ ବିଭାଗ ସଭା ଗୃହ ଠାରେ ଜଙ୍ଗଲ-ଅଗ୍ନି ନିରୋଧ ପରିଚାଳନା ଉପରେ ଡିଭିଜନ୍ ସ୍ତରୀୟ ଦକ୍ଷତା ଓ ବିକାଶ ତାଲିମ ଶ୍ରୀ କୋଟାପାଲି ପ୍ରତାପ ଆଇଏଫଏସ ଙ୍କ ଦ୍ୱରା ଆୟୋଜିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମ ରେ ଆଇଏଫଏସ ଶ୍ରୀ କୋଟାପାଲି ପ୍ରତାପ ପ୍ରଦୀପ ପ୍ରଜ୍ଜ୍ୱଳନ କରିବାବ ସହ ଅଧ୍ୟକ୍ଷତା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥିମାନେ ହେଲେ କୁନ୍ଦନ ସିଂ ଏସିଏଫ ଏବଂ ମୁଖ୍ୟ ବକ୍ତା ଶ୍ରୀମତୀ ଲିଲି ଅମାତ୍ୟା ଏସିଏଫ ଯୋଗ ଦେଇଥିଲେ । କାଲିମେଲା ମାଥିଲି ଚିତ୍ରାକୋଣ୍ଡା, ମୋଟୁ ଏବଂ ବାଲିମେଲା ରେଞ୍ଜ ଓ ଆମ ଜଙ୍ଗଲ ଯୋଜନା ପ୍ରକଳ୍ପର ଟିମ୍ ଲିଡରମାନେ ଯୋଗଦେଇ ଥିଲେ ।ପ୍ରଥମ ସପ୍ତାହରୁ ସାଟେଲାଇଟ୍ ମାଧ୍ୟମରେ ବିଭିନ୍ନ ରେଞ୍ଜରେ ଜଙ୍ଗଲ ନିଆଁ ଦେଖିବାକୁ ମିଳିଥିଲା ​ବେଳେ ଡି ଏଫ୍ ଓ ଙ୍କ ନିର୍ଦ୍ଦେଶ ରେ ଅଗ୍ନି ନିର୍ବାପକ ବ୍ଲୋୟର ଓ ନିଆ ଲିଭା ଉପକରଣ ଗୁଡିକ ସମ୍ବେଦନଶୀଳ ପଏଣ୍ଟରେ ସଜାଗ ରଖାଯାଇଛି । ଏପର୍ଯ୍ୟନ୍ତ କରାଯାଇଥିବା ଅନେକ ସଚେତନତା ସଭା ହୋଇଥିବାରୁ ବର୍ତ୍ତମାନ ସୁଦ୍ଧା ଜଙ୍ଗଲରେ କମ୍ ଅଗ୍ନି ଲାଗିଛି । ନିୟନ୍ତ୍ରଣ କରିବା ପାଇଁ ଅନେକ ପଦକ୍ଷେପ ଯୋଜନା କରାଯାଇଛି ଏବଂ ଅନେକ ନିୟନ୍ତ୍ରଣ ପ୍ରଣାଳୀ ପ୍ରଦର୍ଶନ ବନ ସୁରକ୍ଷା ସମିତି ଅଞ୍ଚଳରେ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଛି | ଆଗାମୀ ଦିନରେ ମହୁଲ ସଂଗ୍ରହ, ବେଣ୍ଟ ଶିକାର ଓ ପୋଡ଼ୁ ଚାଷ ବନ୍ଦପାଇଁ ପାହାଡ଼ ନିକଟସ୍ଥ ଗାଁ ଗୁଡିକରେ ବ୍ୟାନର ପମ୍ପଲେଟ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦର୍ଶିତ ଓ ବଣ୍ଟନ ହେବା, ବନ ସୁରକ୍ଷା ସମିତିର ମେମ୍ବର ଓ ଅଗ୍ନନିରୋଧକ ସ୍ୱାଡ ଦଳ ମିଳିତ ରେ ବହୁ ପଦକ୍ଷେପ ନିଆଯିବା ସହ ଚଳିତ ବର୍ଷ ବହୁତ କମ୍ ଅଗ୍ନି ପଏଣ୍ଟ ଗୁଡିକ ବୋଲି ଆଶା କରାଯାଉଥିବା ଡି ଏଫ ଓ ଶ୍ରୀ କୋଟାପାଲି ପ୍ରତାପ ପ୍ରକାଶ କରିଛନ୍ତି |

ad-week
Leave A Reply

Your email address will not be published.