ମାତିଛନ୍ତି ସାହିତ୍ୟ ମାଫିଆ : ୨୦ ହଜାରରେ ବିକ୍ରି ହେଉଛି ଡକ୍ଟରେଟ

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ କିଛି ସାହିତ୍ୟ ମାଫିଆ ବିଭିନ୍ନ ନାମରେ ଅନାପଞ୍ଜିକୃତ ଅନୁଷ୍ଠାନ କରି ସମାଜକୁ ଓ ସାହିତ୍ୟକୁ କଳୁଷିତ କରି ସମ୍ବର୍ଦ୍ଧନା ନାମରେ ଡକ୍ଟରେଟ ଭଳି ସମ୍ମାନ ଜନକ ଉପାଧି ବିକ୍ରି କରି ନୂଆ ନୂଆ କବିତା, ଗପ ଲେଖୁଥିବା ବ୍ୟକ୍ତିଙ୍କୁ ଚୂନ ଲଗାଉଛନ୍ତି ।ଏହି ମାଫିଆ ମନେ କେତେକ ଅବସରପ୍ରାପ୍ତ ଶିକ୍ଷକ ଓ ସରକାରୀ କର୍ମଚାରୀ ମାନଙ୍କୁ ତାଙ୍କର କୋମଳ ବଚନରେ ଫସାଇ ଡକ୍ଟରେଟ ଭଳି ସମ୍ମାନ ଦେବା ନାଁରେ ୨୦ ହଜାର ଟଙ୍କାରୁ ଆରମ୍ଭ କରି ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାନ୍ଦା ଆଦାୟ କରୁଛନ୍ତି।

ମୋଟାମୋଟି ଭାବରେ ଏହି ମାଫିଆ ମାନେ ସାହିତ୍ୟ ନାଁରେ ଦଲାଲି କରୁଛନ୍ତି ।ନିକଟରେ ନୟାଗଡ଼ ଜିଲ୍ଲା ଓ ଜିଲ୍ଲା ବାହାରର ଅନେକ ବ୍ୟକ୍ତିଙ୍କ ଠାରୁ ଟଙ୍କା ନେଇ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି ।ଯାହାର ସମ୍ବର୍ଦ୍ଧନା ବେଳର ଫଟୋ, ମାନପତ୍ରକୁ ଦେଖିଲେ ପ୍ରକୃତ ସାହିତ୍ୟିକ ଓ ବୁଦ୍ଧିଜୀବୀ ମାନେ ଅସହଜ ମନେ କରୁଛନ୍ତି । ବେନାମୀ ପତ୍ରିକା ଛପାଇ କବିତା ଓ ଗପ ଛାପିବା ବାହାନାରେ ଅର୍ଥ ରୋଜଗାର କରୁଥିବା ଏହି ମାଫିଆ ମାନେ ସାହିତ୍ୟ ଏକାଡେମୀ ଭଳି ରାଜ୍ୟ ସରକାରଙ୍କ ଅନୁଷ୍ଠାନକୁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ସହଯୋଗ ମଧ୍ୟ କରୁଛନ୍ତି ।ସାହିତ୍ୟ ଏକାଡେମୀ ସହିତ ସହବନ୍ଧିତ ହୋଇ ଅନେକ କାର୍ଯ୍ୟକ୍ରମ କରି କବିତା ପାଠ ପାଇଁ ସୁଯୋଗ ଦେବା ନାଁରେ ଅର୍ଥ ଆଦାୟ ମଧ୍ୟ କରୁଛନ୍ତି।ଟଙ୍କା ଦେଇ ଡକ୍ଟରେଟ ଉପାଧି ପାଇଥିବା ବ୍ୟକ୍ତି ନିଜ ନାଁରେ ଡାକ୍ଟର ଲଗାଇ ବାହାବା ନେଉଥିବା ବେଳେ ନୟାଗଡ଼ ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମ ଜାରି ରଖିଥିବା ଅନୁଷ୍ଠାନ ସଂଖ୍ୟାଧିକ ବୋଲି ଜଣାପଡିଛି ।ଏହି ପରି ଗୁରୁତର ଘଟଣାରେ ନୟାଗଡ଼ ପୋଲିସ, ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ ଆସିଛି।

ad-week
Leave A Reply

Your email address will not be published.