ରଣପୁର ତହସିଲରେ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

add-all

ନୟାଗଡ଼,୨୯/୦୭(ନିସର୍ତ୍ତ):ନୟାଗଡ଼ ଜିଲ୍ଲାର ରଣପୁର ତହସିଲ କାର୍ଯ୍ୟାଳୟ ପରିସରରେ ଆଜି ତହସିଲଦାର ଏବଂ ସମସ୍ତ ସରକାରୀ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଣପୁର ତହସିଲଦାର ଶ୍ରୀ ଆର୍ଯ୍ୟ କୁମାର ସର୍ବଦମନଙ୍କ ତତ୍ତ୍ୱାବଧାନରେ କର୍ମଚାରୀମାନଙ୍କ ସହଯୋଗରେ ଅଁଳା, ନିମ୍ବ, ବାହାଡ଼ା, ବେଲ ସମେତ ବିଭିନ୍ନ ମୂଲ୍ୟବାନ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା। ପରିବେଶ ସୁରକ୍ଷା ଓ ଔଷଧୀୟ ବୃକ୍ଷର ସଂରକ୍ଷଣ ଉଦ୍ଦେଶ୍ୟରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରଣପୁର ତହସିଲଦାର ଶ୍ରୀ ଆର୍ଯ୍ୟ କୁମାର ସର୍ବଦମନ, ଅତିରିକ୍ତ ତହସିଲଦାର ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ, ଉପ ଅଧିକାରୀ ଶ୍ରୀ ସୀମାଞ୍ଚଳ ସେଠ, ଶ୍ରୀ ରଞ୍ଜିତ କୁମାର ଗୁରୁ, ଶ୍ରୀ ସୁଶୀଲ କୁମାର ନାୟକ ଏବଂ ଶ୍ରୀ ନିହାର ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.