ଯୁବ-ଛାତ୍ର ବିଜେଡି ଓ ଅଭିଭାବକଙ୍କ ପକ୍ଷରୁ ଶିକ୍ଷା ଅଧିକାର ସମାବେଶ : ହଜାର ହଜାର ଛାତ୍ର ଛାତ୍ରୀ ଆନ୍ଦୋଳନରେ ସାମିଲ

puja26


ନୟାଗଡ଼ : ପାଠ୍ୟ ପୁସ୍ତକରେ ମାତ୍ରାଧିକ ତୃଟିକୁ ନେଇ ଉଭୟ ବିରୋଧି ଯୁବ ଓ ଛାତ୍ର ବିଜୁ ଜନତା ଦଳ ଆହ୍ୱାନରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ କରାଯାଇଛି ।
ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ପଠାଣି ସାମନ୍ତ ପ୍ରେକ୍ଷାଳୟ ଦୁର୍ଗାମଣ୍ଡପଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ବିଧାୟକ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ସରକାରଙ୍କ ଦୋମୁହଁ ନୀତିକୁ କଡ଼ା ସମାଲୋଚନା କରିଥିଲେ । ଉକ୍ତ ସଭାରେ ରାଜ୍ୟ ଛାତ୍ର ବିଜେଡି ସଭାନେତ୍ରୀ ଇପସିତା ସାହୁ ଯୋଗ ଦେଇ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ସହ ଖେଳୁଥିବା କହିଛନ୍ତି । ପିଲାଙ୍କ ପାଠ୍ୟ ପୁସ୍ତକରେ ୩ ହଜାରରୁ ଉର୍ଦ୍ଧ୍ୱ ଭୁଲ ହେବା ରାଜ୍ୟ ସରକାରଙ୍କ ଅପାରଗତା ବୋଲି କହିଥିଲେ । ନବୀନ ସରକାର ରାଜ୍ୟ ବାସୀଙ୍କୁ ସୁଶାସନ ପ୍ରଦାନ କରୁଥିଲା । ବିଜେପି ସରକାର ଡବଲ ଇଞ୍ଜିନର ମିଛ ଆଶ୍ୱସନା ଦେଇ ଲୋକଙ୍କୁ ଡବଲ ଦୁଃଖ ଦେଇ ଚାଲିଛି ବୋଲି କଟାକ୍ଷ କରିଥିଲେ । ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ସରକାରଙ୍କ ପ୍ରତି ଜବାବ ରଖିବାକୁ ପ୍ରତ୍ୟେକ ଅଭିଭାବକଙ୍କୁ ଆହ୍ୱାନ ଦେଇଥିଲେ । ପାଠ୍ୟ ପୁସ୍ତକ ଭୁଲ ଗୋଟିଏ ଛୋଟିଆ ଘଟଣା ନୁହେଁ ବୋଲି କହିଥିଲେ । ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେବା ପର୍ଯ୍ୟନ୍ତ ଜୋରଦାର ଆନ୍ଦୋଳନ ଅନୁଷ୍ଠିତ ହେବ ବୋଲି କହିଥିଲେ । ସେହିଭଳି ଭାବେ ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ ବିଜେପି ସରକାରଙ୍କୁ ସମାଲୋଚନା କରିବା ସହ ଆଜି ବି ଲୋକେ ନବୀନ ବାବୁଙ୍କ ଶାସନ ପ୍ରତି ଆକୃଷ୍ଠ ବୋଲି କହିଥିଲେ । ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, କୋମଳମତି ଛାତ୍ରଛାତ୍ରୀଙ୍କ ପ୍ରତି ସରକାର ଅନ୍ୟାୟ କରିଥିବା କହିଥିଲେ ।
କେନ୍ଦ୍ରରେ ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେଇଛନ୍ତି, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତ ବୋଲି ଦାବି କରିଥିଲେ । ଏହି ସଭାରେ ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ପୁଣିଥରେ ନବୀନ ସରକାର ଆବଶ୍ୟକ ବୋଲି କହିଥିଲେ । ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ରାଜ୍ୟରେ ବିଜେପି ସରକାର ଏକଛତ୍ରବାଦ ନୀତି ଏବଂ ପ୍ରଶାସନକୁ ମୋହରା କରି ସାଧାରଣ ଲୋକଙ୍କୁ ଶୋଷଣ କରୁଥିବା କହିଥିଲେ । ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ, ମହିଳା, ବୃଦ୍ଧବୃଦ୍ଧା ଆଜି ଅବହେଳିତ ବୋଲି କହିଥିଲେ ।
ସରକାର ବୃଦ୍ଧବୃଦ୍ଧାଙ୍କୁ ସଠିକ ସମୟରେ ଭତ୍ତା ଦେଇପାରୁନଥିବା, ଚାଷୀଙ୍କୁ ସାର ଦେଇ ପାରୁନଥିବା ଅଭିଯୋଗ ଉଠାଇଥିଲେ । ନୟାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମହିଳା ବିଜେଡି ସଭାନେତ୍ରୀ ବିରଜା ଲକ୍ଷ୍ମୀ ସାହୁ, ନୟାଗଡ଼ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ନୟାଗଡ଼ ବ୍ଲକ ବିଜେଡି ସଭାପତି ଭଞ୍ଜକିଶୋର ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ସୁବାଷ ଚନ୍ଦ୍ର କହଁର, ଧର୍ମେନ୍ଦ୍ର ଧଳ, ସଂଯୁକ୍ତା ପଢ଼ିଆରୀ, ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ସଭାପତି ଅମରେଶ୍ୱର ଜେନା, ପୂର୍ବତନ ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡା, ଅମୁଲ୍ୟ ସାହୁ ପ୍ରମୂଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜ୍ଜନ କରିଥିଲେ । ପଠାଣି ସାମନ୍ତ ପ୍ରେକ୍ଷାଳୟ ଠାରୁ ବିଶାଳ ଶୋଭାଯାତ୍ରା ବାହରି ପୁରୁଣା ଷ୍ଟେଟ୍ ବ୍ୟାଙ୍କ ରୋଡ଼ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲା । ୫ ହଜାରରୁ ଉର୍ଦ୍ଧ୍ୱ ମହିଳା,ଛାତ୍ର, ଅଭିଭାବକ ଓ ବିଜୁ ଜନତା ଦଳ କର୍ମୀ ଜୋରଦାର ବିକ୍ଷୋଭ ପଦର୍ଶନ କରିଥିଲେ । ସେଠାରେ ଯୁବ-ଛାତ୍ର ବିଜେଡି ସଦସ୍ୟମାନେ ନିମ୍ବୁଡ଼ା ନିମ୍ବୁଡ଼ା ଗୀତରେ ନାଚିବା ସହ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଏହି ଅବସରରେ ଯୁବ-ଛାତ୍ର ପ୍ରତିନିଧି ମଣ୍ଡଳୀ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି ।

ad-week
Leave A Reply

Your email address will not be published.