ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଯୁବକ କୋର୍ଟ ଚାଲାଣ

add-all

ଦାରିଙ୍ଗବାଡ଼ି(୧୦/୨) : ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଜଣେ ଅନୁସୂଚିତ ଜନଜାତି ନାବାଳିକା ଝିଅକୁ ଗତ ୨୫.୮.୨୦୨୧ ତାରିଖରେ ଦୁଷ୍କର୍ମ କରିବା ନେଇ ଥାନାରେ ଅଭିଯୋଗରେ ଯୁବକ କୋର୍ଟ ଚାଲାଣ ହୋଇଥିବା ଜଣାପଡ଼ିଛି । କାଜୁରୀବାଦେରି ଗ୍ରାମର ବଗା ପ୍ରଧାନଙ୍କ ପୁଅ ଅନିଲ ପ୍ରଧାନ(୨୨) ଘରେ କେହି ନଥିବା ସୁଯୋଗରେ ନାବାଳିକା ଝିଅକୁ ଘରେ ପସି ଦୁଷ୍କର୍ମ କରିବା ସହିତ ଏହି ବିଷୟରେ କାହାରିକୁ ନକହିବା ପାଇଁ ଧମକ ଦେଇଥିଲା। ଯଦି ଘରଲୋକ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସୂଚନା ଦେଲେ ପ୍ରାଣରେ ମାରିଦେବାକୁ ଧାମକ ଦେଇଥିଲା।

ଏହି ଘଟଣା ନାବାଳିକାଙ୍କ ପିତା ଅନ୍ୟ ସୂତ୍ରରୁ ସୂଚନା ପାଇ ଗ୍ରାମରେ ବୈଠକ କରିଥିଲେ ମଧ୍ୟ ଗ୍ରାମର ନେତୃତ୍ୱ ବ୍ୟକ୍ତିଙ୍କୁ ହାତରେ ରଖି ଝିଅକୁ ଭୟ ଦେଖାଇ ଥିବାରୁ ଝିଅ କୌଣସି କଥା ସଭାରେ କହିନଥିଲା। ଏହାର ସୁଯୋଗରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ନାବାଳିକା ଝିଅକୁ ଦେଇ ଚାଲିଥିଲା। ବାଧ୍ୟହୋଇ ଶାରୀରିକ ଓ ମାନସିକ ଯନ୍ତ୍ରଣା ସହିନ ପାରି ଗତ ୩୦.୧.୨୦୨୨ତାରିଖ ଦିନ ଫେରି ସପରିବାର ବର୍ଗଙ୍କୁ କାନ୍ଦି କାନ୍ଦି କହିଥିଲା। ଏହାପରେ ନାବାଳିକାଙ୍କ ପିତା ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କେଶ ନଂ-୩୮/୨୨ମକଦମା ରୁଜୁକରି ଆଜି ଫୁଲବାଣୀ କୋର୍ଟକୁ ଚାଲାଣ କରିଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.