୧୧୦ ଲିଟର ବେଆଇନ ରନ୍ଧା ମଦ ଜବତ, ଚାରି ଗିରଫ

add-all

ଚିକିଟି : ଚିକିଟି ଅବକାରୀ ବିଭାଗ ଅଞ୍ଚଳର ବିଭିନ୍ନ ଗାଁ ରେ ଚଢ଼ାଉ କରି ୧୧୦ ଲିଟର ବେଆଇନ ରନ୍ଧା ମଦ କୁ ଜବତ କରିଛି । ଘଟଣାସ୍ଥଳରୁ ଚାରିଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଭାଗ ସୂଚନା ଦେଇଛି ଅବକାରୀ ବିଭାଗ।ସ୍ଥାନୀୟ ତହସିଲଦାର ବିଶ୍ୱରଞ୍ଜନ କଁଅର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିକିଟି ଗଡ଼, ବଟପଲ୍ଲୀ, ମାଉନ୍ଦ ପୁର, ଯଦୁପୁର, ମଳକୂଟ,ଆମ୍ବଝୋଳା,ଢେପଗାଁ, ଲିଆଖାଇ,କନ୍ଧ ଖୁଦୁଡି ଇତ୍ୟାଦି ଗ୍ରାମ ରେ ଅବକାରୀ ଟିମ ଚଢ଼ାଉ କରିଥିଲା।ଟିମ ରେ ଅବକାରୀ ଇନ୍ସପେକ୍ଟର ମିହିର କୁମାର ସେଠୀ, ସଦର ଇନ୍ସପେକ୍ଟର ଅର୍ଜୁନ କୁମାର ମଲ୍ଲିକ, ଓ ଆଇ ସି ତପସ୍ୱିନୀ ବରାଳ, ଅଭିରାମ ସାହୁ, ସୁବାସ ମହାକୁଡ଼, ସନ୍ତୋଷ କୁମାର ସାହୁ ଙ୍କ ସମେତ ମୋବାଇଲ ଟିମ ସାମିଲ ଥିଲେ।
ସବୁ ଜାଗା ରୁ ମିଶି ସର୍ବମୋଟ ୧୧୦ ଲିଟର ବେଆଇନ ରନ୍ଧା ମଦ ଜବତ କରାଯାଇ ୪ ଜଣ କୁ ଗିରଫ କରି କୋର୍ଟ ଚାଲାଣ ହାଇଛି ଏବଂ ଏ ସଂକ୍ରାନ୍ତରେ ୪ ଟି ମାମଲା ରୁଜୁ ହୋଇଥିବା ବିଭାଗ ସୂଚନା ଦେଇଛି।ବିଭିନ୍ନ ସୂତ୍ରରୁ ସୂଚନା ପାଇ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ରେ ମଦ ର କିପରି ବହୁଳ ବ୍ୟବହାର ହୋଇନ ପାରିବ ସେ ଦିଗରେ କଡା ଦୃଷ୍ଟିଦେଇ ଏ ଚଢ଼ାଉ କରାଯାଇଥିଲା।ବେଆଇନ ରନ୍ଧାମଦ କୁ ଵରୋଂ ଵରୋଂ ତାଗିଦ ପରେ ବି ବିକ୍ରି ହେଉଥିବା ଯୋଗୁଁ ଅବକାରୀ ବିଭାଗର ମୁଣ୍ଡ ବ୍ୟଥା ବଢ଼ି ଯାଇଥିବା ବେଳେ ମୂଳ ଜାଗା ରେ ପହଞ୍ଚି ବାରେ ବିଫଳ ହୋଇଛି ବିଭାଗ।

ad-week
Leave A Reply

Your email address will not be published.