ଲଙ୍କାଗଡର ଶିକ୍ଷିତ ଯୁବକ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନିଯୁକ୍ତି

add-all

ଫୁଲବାଣୀ : ଅଧ୍ୟବସାୟ ହିଁ ସଫଳତାର ଚାବିକାଠି ଯାହା ପ୍ରମାଣ କରି ଦେଖେଇଛନ୍ତି କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଲଙ୍କାଗଡ ଗ୍ରାମର ଶିକ୍ଷିତ ଯୁବକ ନିରସିନ୍ଧୁ ଦେଶୀନାୟକ। ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଜିଓଲୋଜି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ନିଯୁକ୍ତି ପାଇ ନିଜ ଗ୍ରାମକୁ ଗୋୖରବ ଆଣିବା ସହ ସମଗ୍ର କନ୍ଧମାଳ ଜିଲ୍ଲା ଆଜି ଗର୍ବିତ ।

ଦୀର୍ଘ ୮ବର୍ଷର ଅକ୍ଲାନ୍ତ ପରିଶ୍ରମର ଫଳ ଆଜି ସେ ହାସଲ କରିଛନ୍ତି।ଏନେଇ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ପାଠ ପଢାର ରୁଚି ସାଙ୍ଗକୁ ବଡ଼ ମଣିଷ ହେବାର ସ୍ୱପ୍ନ ତାଙ୍କୁ ଆଜି ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି।ବଡ଼ଭାଇ ଖୀରସିନ୍ଧୁ ଦେଶୀନାୟକଙ୍କ ପ୍ରେରଣା ତଥା ତାଙ୍କ ଆଶୀର୍ବାଦ ସହିତ ଏଥିପାଇଁ ତାଙ୍କର ଅହେତୁକ ଆଗ୍ରହ ଗୁରୁଜନ ମାନଙ୍କ ଆଶୀର୍ବାଦ ହିଁ ମୂଳ କାରଣ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ad-week
Leave A Reply

Your email address will not be published.