ଏନଏସି ତରଫରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

add-all

ବାଲିଗୁଡା, ତା, ୧୩/୦୮ : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସିରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ତ୍ରିରଙ୍ଗା ପଦ ଯାତ୍ରା ରେ ସମସ୍ତେ ସାମିଲ ହୋଇ ତ୍ରିରଙ୍ଗା ପତାକା ଧରି ସହର ପରିକ୍ରମା କରିଥିଲେ l ବାଲିଗୁଡା ଏନଏସି କାର୍ଯ୍ୟଳୟ ଠାରୁ ଏହି ଶୋଭାଯାତ୍ରା ବାହାରି ମୁଖ୍ୟ ସଡ଼କ ଦେଇ ପୂର୍ତ୍ତ ବିଭାଗ ଛକ ଦେଇ ସେଠାରୁ ଟାଉନ ହଲ ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି ଏହି ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ l

ଏଥିରେ ବାଲିଗୁଡା ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ନେତୃତ୍ୱ ରେ ଏନଏସି କାଉନସିଲର ଓ ବାଲିଗୁଡା ନାଗରିକ ସାମିଲ ହୋଇଥିଲେ l ଏହି ଜାତୀୟ ପତାକା ତ୍ରିରଙ୍ଗା ଆମ ଦେଶ ର ଗୌରବ ଓ ବଳିଦାନର ପ୍ରତୀକ ଏହି ସଂକଳ୍ପ ନେଇ ଦେଶ ଓ ରାଜ୍ୟର ବିକାଶରେ ଯୋଗଦାନ ଦେଇ ‘ହର ଘର ତ୍ରିରଙ୍ଗା’ ଅଭିଯାନ କୁ ସଫଳ ଏବଂ ବନ୍ଦେ ମାତରଂ ୧୫୦ ବର୍ଷ ପୂର୍ତ୍ତି ପାଇଁ ଐତିହାସିକ ସଫଳତା କରିବା ପାଇଁ ଜନସାଧାରଣ ଙ୍କୁ ନିବେଦନ କରାଯାଇଥିଲା। ଏଥିରେ ବାଲିଗୁଡା ବିଡ଼ିଓ ଅକ୍ଷୟ କୁମାର ମଲ୍ଲିକ, ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଆଦିକନ୍ଦ ପଟ୍ଟନାୟକ, ରଞ୍ଜିତ କୁମାର ସାହୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ, ସମସ୍ତ କାଉନସିଲର ଏନଏସି କର୍ମଚାରୀ, ସ୍ବଚ୍ଛ ସାଥି, ବୁଦ୍ଧିଜୀବୀ ପ୍ରମୁଖ ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.