ରାଜସୁନାଖଳା ମଣ୍ଡଳ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

add-all

ନୟାଗଡ଼ (ନିସର୍ତ୍ତ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦେଶକ୍ରମେ ସାରା ଦେଶ ଓ ଓଡ଼ିଶାରେ ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହୋଇଛି। ଏହି ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଗ୍ରାମରେ ତ୍ରିରଙ୍ଗା ପତାକା ଶୋଭାଯାତ୍ରା ଚାଲିବ। ଲୋକମାନେ ନିଜ ନିଜ ଘରେ, ପ୍ରତ୍ୟେକ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବ୍ୟବସାୟୀ ପ୍ରତିଷ୍ଠାନ ଓ ବ୍ୟାଙ୍କ ଗୁଡିକରେ ଦେଶର ଏକତା, ସହତି, ଅଖଣ୍ଡତା, ସମାନତା, ଦେଶର ସୁରକ୍ଷା ଓ ଭାତୃଭାବ ରକ୍ଷା ନିମନ୍ତେ ଜାତୀୟ ପତାକା ଉଡ଼ାଇ ଦେଶପ୍ରେମ ପ୍ରକଟ କରିବା ଏହାର ଲକ୍ଷ ଓ ଆଭିମୁଖ୍ୟ ଅଟେ । ଏହି ଅବସରରେ ରଣପୁର ବ୍ଲକ ଅବ୍ତର୍ଗତ ଲୋଧାଚୂଆ ଗ୍ରାମପଞ୍ଚାୟତରେ ଆଜି ଦିବା ୩ଘଟିକା ସମୟରେ ଚମ୍ପତିପୁର ଛକଠାରୁ ଲୋଧାଚୁଆ ଛକ ପର୍ଯ୍ୟନ୍ତ ତ୍ରିରଙ୍ଗା ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଶହୀଦ ରଘୁନାଥ ପରିଡ଼ା ଓ ଦିବାକର ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାସଭାର ବାଚସ୍ପତି ଶ୍ରୀମତି ସୁରମା ପାଢ଼ୀ ମହୋଦୟା,ରାଜସୁନାଖଳା ମଣ୍ଡଳ ସଭାପତି ଜ୍ଯୋତି ରଞ୍ଜନ ସାହୁ, ନୟାଗଡ ଜିଲ୍ଲା ବିଜେପି ସମ୍ପାଦକ ଜୟନ୍ତ କୁମାର ନାୟକ, ସୂର୍କାବାଡି ଗ୍ରାମପଞ୍ଚାୟତର ସରପଞ୍ଚ ସୁନୀତା ମହାପାତ୍ର, ରାଜସୁନାଖଳା ଗ୍ରାମପଞ୍ଚାୟତ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ସମିତିସଭ୍ୟ ତପନ ପ୍ରଧାନ, ମଣ୍ଡଳ ସାଧାରଣ ସମ୍ପାଦକ କୈଳାସ ସାହୁ, ଉପସଭାପତି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଓ ପଦ୍ମଲୋଚନ ମହାନ୍ତି, ରାଜସୁନାଖଳା ଗ୍ରାମପଞ୍ଚାୟତ ସଭାପତି ମହେନ୍ଦ୍ର ସାହୁ ଓ ଲୋଧାଚୁଆ ଗ୍ରାମପଞ୍ଚାୟତ ସଭାପତି ବିଶ୍ବରଂଜନ ରାଉତରାୟଙ୍କ ସମେତ ଶତାଧିକ ଦେଶପ୍ରେମୀ ଯୁବକ ଓ ଯୁବତୀ ସାମିଲ ହୋଇଥିଲେ । ସମଗ୍ର କାର୍ଯ୍ୟକ୍ରମରେ ‘ଘରେ ଘରେ ତିରଙ୍ଗା’ ଅଭିଯାନକୁ ସଫଳ କରିବା ସହ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉତ୍ତୋଳନ କରି ଜାତୀୟ ପତାକା ପ୍ରତି ସମ୍ମାନ ଓ ଦେଶପ୍ରେମର ଭାବନାକୁ ସୁଦୃଢ଼ କରିବା ପାଇଁ ବାଚସ୍ପତି ଶ୍ରୀମତୀ ପାଢ଼ୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।

ad-week
Leave A Reply

Your email address will not be published.