
ବୀରମିତ୍ରପୁର : ପବିତ୍ର ୮୦ତମ ସ୍ୱାଧୀନତା ଦିବସର ଶୁଭ ଅବସରରେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ପୋଲିସ ପକ୍ଷରୁ ସମସ୍ତ ରାଉରକେଲାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଏହି ଗୌରବମୟ ଦିବସରେ ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ମହାନ ସଂଗ୍ରାମୀ ଓ ବୀର ସହିଦମାନଙ୍କ ଅମୂଲ୍ୟ ତ୍ୟାଗକୁ ପୋଲିସ ପ୍ରଶାସନ ପକ୍ଷରୁ ଗଭୀର ଶ୍ରଦ୍ଧାର ସହ ସ୍ମରଣ କରାଯାଇଛି।
ରାଉରକେଲା ପୋଲିସ ପକ୍ଷରୁ ଜାରି ଏକ ସନ୍ଦେଶରେ କୁହାଯାଇଛି ଯେ, ଜନସାଧାରଣଙ୍କ ସୁରକ୍ଷା, ଆଇନ-ଶୃଙ୍ଖଳା ରକ୍ଷା ଏବଂ ସହରରେ ଶାନ୍ତି ବଜାୟ ରଖିବା ପାଇଁ ପୋଲିସ ସର୍ବଦା ଦୃଢ଼ ପ୍ରତିବଦ୍ଧ। ଏକତା, ଶାନ୍ତି, ଭାଇଚାରା ଓ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରି ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ଭାରତ ଗଠନ ଦିଗରେ ନିଜ ନିଜର ଭୂମିକା ନିର୍ବାହ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି।
ଏହି ପବିତ୍ର ଦିବସରେ ରାଉରକେଲା ପୋଲିସ ସହରବାସୀଙ୍କ ସୁରକ୍ଷା ପାଇଁ ନିଜର ସଙ୍କଳ୍ପକୁ ପୁନଃ ଦୋହରାଇବା ସହ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛି।
