
ନୟାଗଡ଼ (ନିସର୍ତ୍ତ): ପ୍ରତିକୂଳ ପାଗରେ ମଧ୍ୟ ମହାସମାରୋହରେ ପାଳିତ ହେଲା ସ୍ବାଧିନତା ଦିବସ । ବର୍ଷାରେ ଭିଜି ଦେଶ ପ୍ରେମର ବାର୍ତ୍ତା ଦେଲେ ବାଚସ୍ପତି । ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳା ମହୋତ୍ସବ ପଡ଼ିଆରେ ୮୦ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଛି । ଫ୍ରେଣ୍ଡସ୍ ସ୍ପୋର୍ଟସ କ୍ଲବ ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ବାଚସ୍ପତି ସୁରମା ପାଢୀ ଓ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ । ଏହି ଅବସରରେ ୨୬ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମାସ ପ୍ୟାରେଡରେ ଅଂଶ ଗ୍ରହଣ କରିଥିଲେ। ପ୍ରତିକୂଳ ପାଗ ସତ୍ତ୍ୱେ ମଧ୍ୟ ଏହି ପ୍ୟାରେଡ ବନ୍ଦ ହେଇ ନଥିଲା । ବର୍ଷାରେ ଭିଜି ପିଲାମାନେ ଓ ବାଚସ୍ପତି ଦେଶ ପ୍ରେମର ବାର୍ତ୍ତା ଦେଇଥିଲେ।
ଅତିଥି ମାନେ ପ୍ୟାରେଡରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଓ ପ୍ୟାରେଡରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ସାମ୍ବାଦିକ ସଂଘ ରାଜସୁନାଖଳା ପକ୍ଷରୁ ମଧ୍ୟ ପତାକା ଉତ୍ତୋଳନ କରା ଯାଇଥିଲା । ସାମ୍ବାଦିକ ସଂଘର ସଭାପତି ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଚିତ୍ତ ରଂଜନ ପ୍ରଧାନ, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ସାହୁ, ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ପ୍ରଧାନ, ସମ୍ପାଦକ ଗୌରୀ ଚରଣ ସାମନ୍ତ ସିଂହାର ପ୍ରମୁଖ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଠା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ର, ଯଦୁନାଥ ସାମନ୍ତ ରାୟ , ମାନସ କୁମାର ସାହୁ,ରଞ୍ଜିତ କୁମାର ସାହୁ,ଅଶୋକ କୁମାର ପ୍ରଧାନ,ନିରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତି ରହି ସହଯୋଗ କରିଥିଲେ ।
