
ନୟାଗଡ଼ (ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ମୋ ପ୍ରିୟ ରାଜସୁନାଖଳା ଯୁବ କମିଟି ସଂଯୋଜକ ଶଚିକାନ୍ତ ଷଡ଼ଙ୍ଗୀଙ୍କ ଦ୍ୱାରା ଆୟୋଜିତ ରକ୍ତଦାନ ଶିବିର ଶନିବାର ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଜଗଦୀଶ ଜେନା, ଫାଣ୍ଡି ଅଧିକାରୀ ସ୍ୱାଗତ କୁମାର ଦାସ ଓ ଆଶୁତୋଷ ସାମନ୍ତରାୟ ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିରକୁ ଶୁଭ ଉଦଘାଟନ କରିଥିଲେ ।
ଏହି ଅବସରରେ ରାଜସୁନାଖଳା ଡାକ୍ତରଖାନା ଛକରେ ଥିବା ନୂତନ ସେଲ୍ଫି ପଏଣ୍ଟକୁ ଲୋକାର୍ପଣ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ସ୍ଥାନୀୟ ଅଞ୍ଚଳରୁ ୧୦୦ଉର୍ଦ୍ଧ ବହୁ ଯୁବକ, ମହିଳା, ସ୍ୱେଚ୍ଛାସେବୀ ମାନେ ଯୋଗଦେଇ ସ୍ଵେଛା କୃତ ଭାବେ ରକ୍ତ ଦାନ କରିଥିବାବେଳେ ପ୍ରାୟ ୧୦୦ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଡାକ୍ତର ସତ୍ୟରଞ୍ଜନ ପ୍ରଧାନ, ଅଜୟ କୁମାର ପଟ୍ଟନାୟକ, ଲ୍ୟାବ ଟେକ୍ନିସିଆନ ପବିତ୍ର ମୋହନ ସାହୁ, ସରୋଜ କୁମାର ସାହୁ,ରାଜଶ୍ରୀ ନାୟକ, ଜିତେନ୍ଦ୍ର ସେଠୀ ଓ ମାନସ ବେହେରା ପ୍ରମୁଖ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ । ସମାଜରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଏବଂ ମୂଲ୍ୟବାନ ଜୀବନ ବଞ୍ଚାଇବା ବୋଲି ମୁଖ୍ୟଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟନାୟକ ନିଜ ବକ୍ତବ୍ୟ ରେ କହିଥିଲେ । ରକ୍ତଦାନ ହେଉଛି ଏକ ମହତ ଓ ଜୀବନ ରକ୍ଷାକାରୀ କାର୍ଯ୍ୟ ଏବଂ ରକ୍ତର ଅଭାବକୁ ଦୂର କରିବା,ମୂଲ୍ୟବାନ ଜୀବନ ରକ୍ଷlକରିବା ଏହାର ଉଦେଶ୍ୟ ବୋଲି ମୋ ପ୍ରିୟ ରାଜସୁନାଖଳା ଯୁବ କମିଟି ସଂଯୋଜକ ଶଚିକାନ୍ତ ଷଡ଼ଙ୍ଗୀଙ୍କ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଫକୀର ମୋହନ ସାମନ୍ତରାୟ, ନରୋତ୍ତମ ନାୟକ, ପ୍ରଶେଷ କୁମାର ଦାସ, ରଞ୍ଜନ ମିଶ୍ର, ସରୋଜ ମହାପାତ୍ର ଙ୍କ ସମେତ ମୋ ପ୍ରିୟ ରାଜସୁନାଖଳା କମିଟି ର ସମସ୍ତ ସଦସ୍ୟ ମାନେ ସହଯୋଗ କରି ପରିଚାଳନା କରିଥିଲେ ।
