ବନାଞ୍ଚଳ ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Independence

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ଶ୍ରୀ ବଳରାମ ନାୟକଙ୍କ ଚିତ୍ରକୋଣ୍ଡା ଠାରୁ ବୈପାରିଗୁଡା ସ୍ଥାନାନ୍ତର ହୋଇଥିବା ବେଳେ ଆଜି ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଚିତ୍ରକୋଣ୍ଡା ବନପାଳ ନିରଞ୍ଜନ ସାରକା ଙ୍କ ତତ୍ୱବାଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ମାଲକାନଗିରି ଡିଏଫଓ ଶ୍ରୀ ସାଇ କିରଣ ଡି ଏନ, ଏସିଏଫ ହ୍ୟୁମାନ ନାୟକ, ଏସିଏଫ ପ୍ରିୟଙ୍କା ମୋକା, ଚିତ୍ରକୋଣ୍ଡା ତହସିଲଦାର ଶ୍ରୀ ନଟବର ଗରଡ଼ା, ବିଏସଏଫ ଇନ୍ସପେକ୍ଟର ଶ୍ରୀ ଅନୀଲ କୁମାର, ବରିଷ୍ଠ ସମାଜସେବୀ ଦେବେନ୍ଦ୍ର ଦାସ, ଜଳ ବିଭାଗର ପୂର୍ବତନ କନିଷ୍ଠ ଯନ୍ତ୍ରୀ ଗଦାଧର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ସମସ୍ତଙ୍କୁ ଉତ୍ତରୀ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ସମସ୍ତ ଅତିଥି ରେଞ୍ଜର ଶ୍ରୀ ନାୟକ ଙ୍କ ଚିତ୍ରକୋଣ୍ଡା ଠାରେ କରି ଯାଇଥିବା କାର୍ଯ୍ୟକଳାପ କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ସେ ୨୦୨୨ ଠାରୁ ୨୦୨୬ ପର୍ଯ୍ୟନ୍ତ ନିଷ୍ଠାପର ଭାବେ କାର୍ଯ୍ୟରତ ଥିଲେ । ସେ ଚିତ୍ରକୋଣ୍ଡା ଆସିବା ପରଠାରୁ ଜଙ୍ଗଲରେ ଚାରାରୋପଣ କରି ନବୀକରଣ କରିବା ସହିତ ଜଙ୍ଗଲ ସୁରକ୍ଷା ନିମନ୍ତେ ଗାଁ ମାନଙ୍କରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଇଛନ୍ତି । ଚିତ୍ରକୋଣ୍ଡା ଠାରୁ ବିଭିନ୍ନ କିସମର ଚାରା ବହୁ ଦୂରଦୂରାନ୍ତକୁ ଯାଉଛି ଏମିତିକି ପଡ଼ୋଶୀ ଆନ୍ଧ୍ରପ୍ରଦେଶ କୁ ମଧ୍ୟ ଚାରା ଯୋଗାଣ ହୋଇଛି । ଚିତ୍ରକୋଣ୍ଡା ଇକୋ ପାର୍କ ଗଠନରେ ତାଙ୍କର ଅବଦାନ ଥିବା ବେଳେ ସେ ନକ୍ଷତ୍ର ବଣ ନାମକ ଔଷଧୀୟ ବନ ର ବୃକ୍ଷରୋପଣ କରାଇଛନ୍ତି ଯାହାକି ଆଗାମୀ ଦିନରେ ଏକ ଦର୍ଶନୀୟ ଏବଂ ଶିକ୍ଷା ଉଦ୍ଦେଶ୍ୟ ରେ ଏକ ସୁନ୍ଦର ପରିବେଶ ସୃଷ୍ଟି କରିବ । ଏହା ପରେ ବିଭାଗର ସମସ୍ତ କାର୍ଯ୍ୟକର୍ତା ମିଳିତ ଭାବେ ଶ୍ରୀ ନାୟକଙ୍କୁ ପୁନର୍ବାର ଉତ୍ତରୀୟ ପ୍ରଦାନ କରିଥିଲେ ଏବଂ ଦିଏଫଓ ଓ ଏସିଏଫ ତାଙ୍କୁ ପ୍ରଶଂସା ମାନପତ୍ର ପ୍ରଦାନ କରିଥିଲେ । ଆଗାମୀ ଦିନରେ ଏକ ସୁସ୍ଥସବଳ ନିରୋଗ ଜୀବନ ସହିତ ଏହି ଭଳି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରିବା ପାଇଁ ସମସ୍ତେ ଆଶା ପ୍ରକାଶ କରିଥିଲେ । ଚିତ୍ରକୋଣ୍ଡା ବିଭିନ୍ନ ଅନୁଷ୍ଠାନ ରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ମାଲକାନଗିରି ଜିଲ୍ଲାର ସମସ୍ତ ବନାଞ୍ଚଳ ରୁ ଆସିଥିବା ଅଧିକାରୀ ଉପସ୍ଥିତ ଥିଲେ । ଚିତ୍ରକୋଣ୍ଡା ବନ ବିଭାଗ ର ସମସ୍ତ କର୍ମକର୍ତ୍ତା ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇ ପାରିଛି ।

ad-week
Leave A Reply

Your email address will not be published.