ନୂଆଗାଁ ବ୍ଲକ ପରିସରରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର : ୮୭ଟି ଅଭିଯୋଗ ମଧ୍ୟରୁ ୨୭ଟିର ତୁରନ୍ତ ଫଇସଲା

Independence

ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଏବଂ ଆରକ୍ଷୀ ଅଧୀକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ଉପସ୍ଥିତ ରହି ସାଧାରଣ ଜନତାଙ୍କ ବିଭିନ୍ନ ଆପତ୍ତି-ଅଭିଯୋଗର ପ୍ରତ୍ୟକ୍ଷ ଶୁଣାଣି କରିଥିଲେ।
ଏହି ଅବସରରେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ସିଡିଓ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଏଡିଏମ୍‌ଓ ଡ. ବନମାଳୀ ପ୍ରଧାନ, ନୂଆଗାଁ ବିଡିଓ ଡ. ଅମୃତ କୁମାର ରାଉଳ ଓ ତହସିଲଦାର ହେମନ୍ତ କୁମାର ନାୟକଙ୍କ ସମେତ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶିବିରରେ ମୋଟ ୮୭ ଗୋଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା। ସେଥିମଧ୍ୟରୁ ୭୭ଟି ବ୍ୟକ୍ତିଗତ ମାମଲା ଏବଂ ୧୦ଟି ଗ୍ରାମ୍ୟ ତଥା ସାମୂହିକ ସମସ୍ୟା ସମ୍ପର୍କିତ ରହିଥିଲା। ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ଘଟଣାସ୍ଥଳରେ ହିଁ ୨୭ ଗୋଟି ଅଭିଯୋଗର ସଫଳ ସମାଧାନ କରାଯାଇଥିବା ବେଳେ ଅବଶିଷ୍ଟ ୬୦ଟି ଆବେଦନର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହି କାର୍ଯ୍ୟକ୍ରମରେ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରୁ ବହୁ ସଂଖ୍ୟାରେ ଲୋକମାନେ ଉପସ୍ଥିତ ରହି ନିଜ ନିଜର ସମସ୍ୟା ଜଣାଇଥିଲେ।

ad-week
Leave A Reply

Your email address will not be published.