ଆସିକା ଭୂ-ବନ୍ଦୋବସ୍ତ କେବଳ ଧର୍ମକୁ ଆଖିଠାର ବଡ଼ ବଡ଼ିଆ ମାନଙ୍କୁ ପଟ୍ଟା ଦିଆ ଯାଉଛି…..!

Independence

ବିଧାୟକଙ୍କୁ ଖୁସି କରିବାକୁ ସର୍ଭେ ଓ ପଟ୍ଟା ପ୍ରଦାନ ସାଧାରଣ ଲୋକ ଜଳକା …..?
ବ୍ରହ୍ମପୁର :ଆସିକା ସହର ରେ ଦେଶ ସ୍ୱାଧୀନତା ପର ଠାରୁ ଭୂ ବନ୍ଦୋବସ୍ତ ହୋଇନଥିବା ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ସମସ୍ୟା ଦେଇ ଗତିକରୁଛନ୍ତି।କିଛି ମାସ ପୂର୍ବେ ରାଜସ୍ୱ ବିଭାଗ ପକ୍ଷରୁ ଲୋକଙ୍କୁ ଭୁଆଁ ଭୁଲେଇବା ପାଇଁ ଖମ୍ବେଶ୍ବରୀ ପାଟଣା ଠାରେ କିଛି ଗୃହର ମାପ ଓ ସର୍ଭେ କରାଯାଇଥିଲା ଭୂ ବନ୍ଦୋବସ୍ତ ନାଁ ରେ। ତାହାର କିଛି ଦିନ ପରେ ଆସିକା ବିଧାୟକଙ୍କ ଗୃହର ର ପଟ୍ଟା ହୋଇଗଲା। ବିଧାୟକଙ୍କ ଗୃହର ପଟ୍ଟା ପାଇଁ ପ୍ରଶାସନ ପକ୍ଷରୁ ହାଇ ଡ୍ରାମା କରାଯାଇଥିବା ନେଇ ଏବେ ଚର୍ଚ୍ଚା ହେଉଛି। ଆସିକା ଅଞ୍ଚଳ ରେ ଜବର ଦଖଲ କରିଥିବା ବଡ଼ ବଡ଼ିଆ ମାନଙ୍କ ଗୃହର ପଟ୍ଟା ହୋଇଯାଉଛି। ଜବର ଦଖଲ କରି ପଟ୍ଟା ହାତେଇଥିବା ବ୍ୟକ୍ତି ବିଶେଷ ମାନେ ଜବର ଦଖଲ ଉଚ୍ଛେଦ ରୁ ପଟ୍ଟା ଆଳ ଦେଖାଇ ବର୍ତ୍ତୀ ଯାଉଛନ୍ତି। ବିଧାନସଭା ରେ ବାରମ୍ବାର ଆସିକା ସହରକୁ ଭୂ ବନ୍ଦୋବସ୍ତ ପାଇଁ ଦାବୀ ଉପସ୍ଥାପନ ବହୁ ଵାର ହୋଇଛି। ଆସିକା ଓକିଲ ସଂଙ୍ଘ ପକ୍ଷରୁ ବହୁ ଵାର ଆନ୍ଦୋଳନ ମଧ୍ୟ ହେବାର ନଜିର ରହିଛି। ଆସିକା ରେ ଭୂ ବନ୍ଦୋବସ୍ତ ବା ପଟ୍ଟା କେବଳ ବଡ଼ ବଡ଼ିଆ ମାନଙ୍କ ପାଇଁ ହେଉଥିବା ଯୋଗୁଁ ସାଧାରଣ ଜନତା ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।

ad-week
Leave A Reply

Your email address will not be published.