ମାଲକାନଗିରି ବୈଦ୍ୟୁତିକ ଶ୍ରମିକ ସଂଘ ପକ୍ଷରୁ ସ୍ଥାନୀୟ ବୈଦ୍ୟୁତିକ ପ୍ରକଳ୍ପଗୁଡ଼ିକରେ ସ୍ଥାନୀୟ ଶ୍ରମିକମାନଙ୍କୁ ପ୍ରାଥମିକତା ଦେବା ପାଇଁ ଦାବି

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ହେଉଥିବା ସମସ୍ତ ସ୍ଥାନୀୟ ୱାୟାରିଂ ଏବଂ ମରାମତି ପ୍ରକଳ୍ପଗୁଡ଼ିକରେ ସ୍ଥାନୀୟ ଟେକ୍ନିସିଆନ୍ ଓ ଶ୍ରମିକମାନଙ୍କୁ ସର୍ବାଧିକ ପ୍ରାଥମିକତା ଦେବା ପାଇଁ “ମା ଭୈରବୀ ବୈଦ୍ୟୁତିକ ଶ୍ରମିକ ସଂଘ” ମାଲକାନଗିରି ଜିଲ୍ଲାପାଳ ଓ ଦୌରା ଜଜ୍ଙ୍କୁ ଆନୁଷ୍ଠାନିକ ଭାବେ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି । ଏହା ଜିଲ୍ଲାର ଏକ ପଞ୍ଜୀକୃତ ସଙ୍ଗଠନ ହୋଇ ଥିବା ବେଳେ ଜିଲ୍ଲା ବୈଦ୍ୟୁତିକ ଶ୍ରମିକମାନଙ୍କ ପ୍ରତିନିଧିତ୍ଵ କରୁଛି । ଏହି ସଂଘ ସ୍ଥାନୀୟ ଶ୍ରମିକମାନଙ୍କ ଆର୍ଥିକ ସମସ୍ୟା ବିଷୟରେ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛି ଯେ ଯେଉଁ ଠିକାଦାର ମାନେ ବାହାରୁ ଶ୍ରମିକ ଆଣି ୱାୟାରିଂ ଏବଂ ମରାମତି କରିବା ଦ୍ୱାରା ସ୍ଥାନୀୟ ବୈଦ୍ୟୁତିକ ଶ୍ରମିକକାମ ଅଭାବରୁ ବେରୋଜଗାର ହୋଇପଡୁଛନ୍ତି ।
ବାହାରୁ ଶ୍ରମିକ ଆଣିବା ବଦଳରେ ସ୍ଥାନୀୟ ଲୋକଙ୍କୁ କାମରେ ନିୟୋଜିତ କରିବା ପାଇଁ ଠିକାଦାର ଏବଂ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେବାକୁ ସେମାନେ ଜିଲ୍ଲାପାଳ ମାଧ୍ୟମରେ ପ୍ରଶାସନକୁ ଅନୁରୋଧ କରିଛନ୍ତି । ଦାବିପତ୍ରର ମୁଖ୍ୟ ବିଷୟଗୁଡ଼ିକ ହେଲା ସ୍ଥାନୀୟ ନିଯୁକ୍ତି ସହ ଚାଲୁଥିବା ପ୍ରକଳ୍ପ କାର୍ଯ୍ୟଗୁଡ଼ିକରେ ବୈଦ୍ୟୁତିକ ସ୍ଥାନୀୟ ଦକ୍ଷ ଏବଂ ଅର୍ଦ୍ଧ-ଦକ୍ଷ ଶ୍ରମିକମାନଙ୍କୁ ପ୍ରାଥମିକତା ଦେବା ,ସ୍ଥାନୀୟ ବୈଦ୍ୟୁତିକ ଶ୍ରମିକ ଏବଂ ସେମାନଙ୍କ ପରିବାରର ଜୀବିକା ତଥା ଆର୍ଥିକ ସ୍ଥିରତା ପାଇଁ ଏହି ସ୍ଥାନୀୟ ପ୍ରକଳ୍ପଗୁଡ଼ିକୁ ସେମାନଙ୍କୁ ମିଳିବା ନିହାତି ଜରୁରୀ ବୋଲି ସଂଘ ଗୁରୁତ୍ୱ ଦେଇଛି । ସଂଘର ସଭାପତି ଭି. ରାମା ରାଓ ଏବଂ ସମ୍ପାଦକ ଡ଼ମୁ ମାଡି ଦ୍ଵାରା ସ୍ଵାକ୍ଷରିତ ଏହି ପତ୍ରରେ, ସ୍ଥାନୀୟ ଶ୍ରମିକମାନଙ୍କ ଅଧିକାରକୁ ସୁରକ୍ଷିତ କରିବା ପାଇଁ ଏବଂ ପ୍ରଶାସନିକ ସ୍ଥରରେ ତୁରନ୍ତ ଦୃଷ୍ଟି ଆକର୍ଷଣ ପାଇଁ ଦାବି ପତ୍ର ରେ ଉଲ୍ଲେଖକରାଯାଇଛି ।
