
ଆସିକା : ଗଞ୍ଜାମ ଜିଲ୍ଲାର ମିନିଶିବକାସି ରୂପେ ପରିଚିତ ନଳବଣ୍ଟା ଗ୍ରାମ। ଏଠାରେ ବର୍ଷ ତମାମ ବିଭିନ୍ନ କିସମର ବାଣ ଘରେ ଘରେ ପ୍ରସ୍ତୁତ ହୁଏ।ଏଠିକାର ବାଣର ଚାହିଦା ଜିଲ୍ଲା ସମେତ ଜିଲ୍ଲା ବାହାରେ ବି ରହିଛି।
ଆସିକା ଏସ୍ଡ଼ିପିଓ ସୌରଭ ରଞ୍ଜନ ପ୍ରଧାନ ଓ ଥାନା ଅଧିକାରୀ ସୁଧୀର କୁମାର ସାହୁ ଓ ସ୍ୱତନ୍ତ୍ର ଟିମ ଦ୍ୱାରା ଆସିକା ନେତୃତ୍ୱ ରେ ନଳବଣ୍ଟା ଗ୍ରାମ ଉପରେ ଚଢ଼ାଉ ବିପୁଳ ପରିମାଣର ବାଣ ଜବତ କରାଯାଇଛି। ଗତ ଜୁଲାଇ ୩୧ ତାରିଖ ଦିନ ଆସିକା ଏସ୍ଡ଼ିପିଓ ଙ୍କ ନେତୃତ୍ୱ ରେ ବିପୁଳ ପରିମାଣର ବାଣ ନଳ ବଣ୍ଟା ଗ୍ରାମରୁ ଜବତ ହେବା ସହ ବେଆଇନ ବାଣ ପ୍ରସ୍ତୁତ କର୍ତ୍ତା ମାନଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା।
ଅଦିନିଆ ଦୀପାବଳୀ ଭଳି ନଳବଣ୍ଟା ଗ୍ରାମରେ ରୀତିମତ ବାଣ ପ୍ରସ୍ତୁତ ହେଉଛି। ପୋଲିସ ପକ୍ଷରୁ ବାଣ ଜବତ ପରେ ବେଆଇନ ବାଣ ପ୍ରସ୍ତୁତ କରୁଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। (ଆସିକାରୁ ଡ଼ି. ଏନ. ବେହେରା ଠାରୁ ପ୍ରକାଶ )
