ଟ୍ରକ୍ ସହ ଧକ୍କା ହେଲା ଯାତ୍ରୀବାହୀ ଗାଡି, ୮ ମୃତ ଓ ୨୨ ଆହତ

Independence

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାସ୍ଥିତ ୭୧୯ ନ୍ୟାସନାଲ ହାଇୱେର ଗୋହଦ ଚୌରାହା ଥାନା ଅଞ୍ଚଳର ଛିମକା ଗାଁ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ଗାଡ଼ି ଟ୍ରକ୍ ସହିତ ଧକ୍କା ଖାଇଥିଲା । ଫଳରେ ଏହି ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୨୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୋହଦ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି, ଯେଉଁଠାରୁ ଗୁରୁତର ଆହତଙ୍କୁ ଗ୍ବାଲିୟରକୁ ସ୍ଥାନାନ୍ତର କରାଯାଇଛି  ।

ସୂଚନାନୁଯାୟୀ, ଗ୍ୱାଲିୟର ଜିଲ୍ଲାର ଡାବ୍ରା ନିକଟସ୍ଥ ଚିନୋର ଗାଁରେ ଧାନ ବଗିଚାରେ କାମ କରିବା ପରେ ଉତ୍ତର ପ୍ରଦେଶର ପଚଗୱାନ, ଲଖିମପୁର ଖେରି ଏବଂ ଆଖପାଖ ଗାଁର ଶ୍ରମିକମାନେ ଏକ ଗାଡ଼ିରେ ନିଜ ଗାଁକୁ ଫେରୁଥିଲେ । ସେହି ସମୟରେ ୭୧୯ ନ୍ୟାସନାଲ ହାଇୱେର ଛିମକା ଗାଁ ନିକଟରେ ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ଏକ ଲୋଡିଂ ଗାଡ଼ିଟି ସାମ୍ନାରୁ ଆସୁଥିବା ଏକ ଟ୍ରକ ସହିତ ଧକ୍କା ହୋଇଥିଲା । ରାସ୍ତାରେ ଶୋଇଥିବା ଗାଈମାନଙ୍କୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରାଯାଇ ସମସ୍ତଙ୍କୁ ଗୋହଦ ହସ୍ପିଟାଲକୁ ପଠାଯାଇଥିଲା । ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ସେଠାରୁ ସେମାନଙ୍କୁ ଗ୍ବାଲିୟରକୁ ପଠାଯାଇଥିଲା । ସେହି ଯିବା ରାସ୍ତାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାର କାରଣ ଜାଣିବା ପାଇଁ ପୋଲିସ ବିସ୍ତୃତ ତଦନ୍ତ କରୁଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ ପୋଲିସ ବିସ୍ତୃତ ତଦନ୍ତ କରୁଛି ।

ଅନ୍ୟପଟେ ଭିଣ୍ଡ ଦୁର୍ଘଟଣା ପାଇଁ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ମଧ୍ୟପ୍ରଦେଶର ଭିଣ୍ଡରେ ଘଟିଥିବା ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣାରେ ଜୀବନହାନି ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ଶୋକସନ୍ତପ୍ତ ପରିବାର ସହିତ ମୋର ସମବେଦନା । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତଦେହକୁ ସେମାନଙ୍କ ଗୃହ ଜିଲ୍ଲାକୁ ପରିବହନ କରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରିବା ଏବଂ ଆହତଙ୍କ ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ପ୍ରଦେଶ ସରକାରଙ୍କ ସହିତ ସମନ୍ୱୟ ସ୍ଥାପନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ଏଥିସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ad-week
Leave A Reply

Your email address will not be published.