
କୋଲକତା : କୋଲକତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ATC ବିଲିଡିଂର ଦ୍ବିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି । ସୂଚନା ମିଳିବା ପରେ ଏୟାରପୋର୍ଟ ଫାୟର ସର୍ଭିସ ନିଆଁକୁ ଆୟତ୍ତ କରିଥିଲା । ଏୟାରପୋର୍ଟ ଅଥରିଟିର ୨ଟି ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲା । ନିଆଁ ଲାଗିବା ପରେ ବିମାନ ଉଡ଼ାଣ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା ।
ଏୟାରପୋର୍ଟ ଅଧିକାରୀଙ୍କ ମୁତାବକ, ନିଆଁ ATC ବିଲିଡିଂର ଦ୍ବିତୀୟ ମହଲାରେ ଲାଗିଥିଲା । ସକାଳ ୪ଟାରେ କର୍ମଚାରୀ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ତେଣୁ ତୁରନ୍ତ ଏୟାରପୋର୍ଟ ପରିସରରୁ ଦୁଇଟି ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିଥିଲା । ପ୍ରାୟ ୨ ଘଣ୍ଟା ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । କୁଲିଂ ଅପରେସନ ଏବଂ ଜରୁରୀ ପଦକ୍ଷେପ ପ୍ରାୟ ସକାଳ ୬ଟା ଯାଏଁ ନିଆଁଯାଇଥିଲା ।
ଏୟାରପୋର୍ଟ ନିର୍ଦ୍ଦେଶକ ବିକ୍ରମ ସିଂ କହିଛନ୍ତି, ନିଆଁ ଖୋଲା ସ୍ଥାନରେ ସୀମିତ ରହିଥିଲା । ଏଟିସି କିମ୍ବା ପାଣିପାଗ ବିଭାଗର ଉପକରଣ ଉପରେ ଏହାକୁ କୌଣସି ପ୍ରଭାବ ପଡିନଥିଲା । ସବୁ ଜିନିଷ ଠିକ୍ ରହିଛି । ଏହାର ପ୍ରଭାବ କାମ ଉପରେ ପଡିନାହିଁ । ଏଟିସି ଅଫିସ କାମ ୮ମ ମହଲାରେ ହୁଏ । ତେବେ ନିଆଁ ସର୍ଟ ସର୍କିଟ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି । ଏହାକୁ ନେଇ ଯାଞ୍ଚ କରାଯାଉଛି । ଏଯାଏଁ ନିଆଁ ଲାଗିବାର ସଠିକ୍ କାରଣ ଜଣାପଡିନାହିଁ ।
