ଗଞ୍ଜାମରେ ୧୨ ସେପ୍ଟେମ୍ବରରେ ତୃତୀୟ ଜାତୀୟ ଲୋକ ଅଦାଲତ

Independence

ବ୍ରହ୍ମପୁର : ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ପକ୍ଷରୁ ଆସନ୍ତା ୧୨ ସେପ୍ଟେମ୍ବର ୨୦୨୬ରେ ବ୍ରହ୍ମପୁରସ୍ଥିତ ସିଭିଲ୍ କୋର୍ଟ ପରିସରରେ ‘ତୃତୀୟ ଜାତୀୟ ଲୋକ ଅଦାଲତ’ ଅନୁଷ୍ଠିତ ହେବ।

ଏହି ଲୋକ ଅଦାଲତରେ ଦେୱାନୀ ମାମଲା, ସାଲିସଯୋଗ୍ୟ ଫୌଜଦାରୀ ମାମଲା, ବୈବାହିକ ବିବାଦ, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା, ବ୍ୟାଙ୍କ ଋଣ ପରିଶୋଧ ସମ୍ପର୍କିତ ମାମଲା, ବିଦ୍ୟୁତ୍ ଓ ଜଳ କର ବିବାଦ ସମେତ ବିଭିନ୍ନ ମକଦ୍ଦମା ପୂର୍ବ ମାମଲାର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯିବ।

ଲୋକ ଅଦାଲତରେ ଆପୋଷ ବୁଝାମଣା ମାଧ୍ୟମରେ ମାମଲାର ଶୀଘ୍ର ଓ ସହଜ ସମାଧାନର ସୁଯୋଗ ମିଳିବ। ଏଠାରେ ପ୍ରଦାନ କରାଯାଉଥିବା ଫଇସଲା ଚୂଡ଼ାନ୍ତ ହୋଇଥାଏ ଏବଂ ଏଥିପାଇଁ କୌଣସି କୋର୍ଟ ଫି ଦେବାକୁ ପଡ଼ିନଥାଏ। ଏହା ମାଧ୍ୟମରେ ମାମଲାର ଶୀଘ୍ର ନିଷ୍ପତ୍ତି ସହ ନ୍ୟାୟ ପ୍ରାପ୍ତିର ପ୍ରକ୍ରିୟାକୁ ଅଧିକ ସରଳ ଓ ସୁଗମ କରାଯାଇଥାଏ।

ଏହି ଲୋକ ଅଦାଲତ ସମ୍ପର୍କରେ ସାଧାରଣ ଜନସାଧାରଣଙ୍କୁ ବ୍ୟାପକ ଭାବେ ସଚେତନ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ଏହାର ସୁଯୋଗ ନେବା ପାଇଁ ପ୍ରେରିତ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ପକ୍ଷରୁ ଅନୁରୋଧ କରାଯାଇଛି।

ad-week
Leave A Reply

Your email address will not be published.