ବ୍ଲକସ୍ତରୀୟ ଦୁଇ ଦିନିଆ ନବ ଭାରତ ସାକ୍ଷରତା (ଉଲ୍ଲାସ) କାର୍ଯ୍ୟକ୍ରମ ଉଦ୍‌ଯାପିତ

ଅଶିକ୍ଷିତ ଓ ଅଧାରେ ପାଠ ଛାଡ଼ିଦେଇଥିବା ଛାତ୍ର ଛାତ୍ରୀଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସାକ୍ଷର କରିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ

ଛତ୍ରପୁର : ଛତ୍ରପୁରସ୍ଥିତ ପିଏମ୍‌ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ବ୍ଲକସ୍ତରୀୟ ଦୁଇ ଦିନିଆ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ଓ କର୍ମଶାଳା ବୁଧବାର ଉଦ୍‌ଯାପିତ ହୋଇଯାଇଛି।

ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଚିତ୍ରା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର ଆବଶ୍ୟକତା ଏବଂ ଉଲ୍ଲାସ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେ ନିରକ୍ଷରତା ଦୂରୀକରଣ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ।

ad-week
Leave A Reply

Your email address will not be published.