POCSO ଅଦାଲତ : ସୁନ୍ଦରଗଡ଼ଙ୍କ ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ କରାଯାଇ ପ୍ରତ୍ୟେକଙ୍କୁ ଆଜୀବନ କାରାଦଣ୍ଡ ସହିତ ₹୨୦,୦୦୦/- ଜରିମାନାରେ ଦଣ୍ଡିତ

ସୁନ୍ଦରଗଡ଼ ଜିଲ୍ଲାର ତଦନ୍ତକାରୀ ଅଧିକାରୀ ପୂର୍ବତନ ଏସ୍. ଆଇ. ଅଲେଖ ଚନ୍ଦ୍ର ସେଠୀଙ୍କ ନିଷ୍ଠାପୂର୍ଣ, ଦକ୍ଷ ଓ ପ୍ରଶଂସନୀୟ ପ୍ରୟାସ ଯୋଗୁଁ ଲହୁଣୀପଡ଼ା ଥାନା କେସ୍ ନଂ. ୧୩୮, ତା ୨୮.୧୦.୨୦୧୮, ଧାରା ୩୭୬-DA/୫୦୬ IPC ସହିତ POCSO Act ର ଧାରା ୬ ଅନୁଯାୟୀ ରୁଜୁ ମାମଲାରେ ସଫଳତାର ସହ ଦୋଷସିଦ୍ଧି ହୋଇଛି | ଅଭିଯୁକ୍ତ ଦେବାଙ୍ଗ @ ଜାକ୍ରିଆସ୍ ଖଲ୍ଲୋ, ହେମନ୍ତ @ ରାଜକୁମାର ପାତ୍ର ଏବଂ ଦୁଲି @ କାଳନ୍ଦୀ ପାତ୍ରଙ୍କୁ ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍-କମ୍- ପ୍ରିଜାଇଡିଂ ଅଫିସର, ସ୍ବତନ୍ତ୍ର POCSO ଅଦାଲତ, ସୁନ୍ଦରଗଡ଼ଙ୍କ ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ କରାଯାଇ ପ୍ରତ୍ୟେକଙ୍କୁ ଆଜୀବନ କାରାଦଣ୍ଡ ସହିତ ₹୨୦,୦୦୦/- ଜରିମାନାରେ ଦଣ୍ଡିତ କରାଯାଇଛି |
ଏହାସହିତ, ଓଡ଼ିଶା ପୀଡ଼ିତ କ୍ଷତିପୂରଣ ଯୋଜନା, ୨୦୧୭ ଅନୁଯାୟୀ DLSA, ସୁନ୍ଦରଗଡ଼ ପକ୍ଷରୁ ପୀଡ଼ିତାଙ୍କୁ ₹୭,୦୦,୦୦୦/- କ୍ଷତିପୂରଣ ପ୍ରଦାନ କରାଯାଇଛି |
