
ବଲାଙ୍ଗିର : ସ୍ତ୍ରୀ ଘରକୁ ଫେରିବ ବୋଲି ନରବଳି । ବଲାଙ୍ଗିର ଥାନା ବଗଡା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ପାରିବାରିକ ଶାନ୍ତି ଓ ସ୍ଵାମୀ ସ୍ତ୍ରୀ ବିବାଦ ସମାଧାନ ସହିତ ସ୍ତ୍ରୀ ନିଜଘରକୁ ଫେରିବ ବୋଲି ନରବଳି । ବଲାଙ୍ଗିର ଜିଲ୍ଲାରେ ଆଜି ବି ଅନ୍ଧବିଶ୍ଵାସରେ ଆଧୁନିକ ମଣିଷ । ବଗଡା ଗାଁରେ ବିଭତ୍ସ ଘଟଣା ଘଟିଛି । ମୃତକ ହେଲେ ସନ୍ତୋଷ ଖର୍ସେଲ । ଗତକାଲି ବଗଡା ଗାଁର ଏକ ଗାଡିଆରୁ ସନ୍ତୋଷଙ୍କ ମୁଣ୍ଡ ବିହୀନ ମୃତଦେହ ଦେଖିବାକୁ ମିଳିଥିଲା । ପୋଲିସ ଘଟଣାର ତଦନ୍ତ କରିବା ପରେ ଅଭିଯୁକ୍ତ ଶତ୍ରୁଘ୍ନ ସାହୁର ଘରେ ମୁଣ୍ଡ ପୋତା ହୋଇଥିବା ଜାଣିବାକୁ ପାଇଥିଲା ।
ଗୋଟିଏ ବର୍ଷ ହେବ ଶତ୍ରୁଘ୍ନର ସ୍ତ୍ରୀ ସ୍ଵାମୀଙ୍କୁ ଛାଡି ବାପଘରେ ରହୁଛନ୍ତି । ପୋଲିସ ଶତ୍ରୁଘ୍ନକୁ ଗିରଫ କରି କଟା ମୁଣ୍ଡ ଜବତ କରିବା ପରେ ହତ୍ୟାକାଣ୍ଡ ଘଟଣା ପଦାକୁ ଆସିଛି । ମୃତକ ସନ୍ତୋଷକୁ ତୁଷୁରାରୁ ଡାକି ଆଣି ବଳି ଦେଇଥିବା କଥା ଜଣାପଡିଛି । ଅଭିଯୁକ୍ତ ନିଜ ଘରେ ବଳି ପାଇଁ ଜୀବନ କରିଛି । ତେବେ ପୋଲିସ ଘଟଣାର ତଦନ୍ତ କରି ଏହା ଏକ ବଳି ପାଇଁ ଜୀବନ ଯାଇଛି ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ.ପି ।
