
ନୀଳଗିରି : ନୀଳଗିରିରେ ମିତ୍ରପୂର୍ ନିକଟ ବ୍ଲୁ ଲେକ୍ ପୁଣି ପାଲଟିଲା କାଳ। ତିନି ଛାତ୍ର ବୁଲିବାକୁ ଆସି ପାଣିରେ ବୁଡି ଦୁଇ ନିଖୋଜ । ରେମୁଣା କଲେଜରେ ପଢୁଥିବା ତଥା ଭଦ୍ରକ ଅଞ୍ଚଳର ରୋଶନ ନାୟକ ସୁରକ୍ଷିତ ଅଛନ୍ତି । ନୀଳଗିରି ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି । ନିଖୋଜ ଥିବା ଦୁଇ ଛାତ୍ର ହେଲେ ଜଣେ ଭଦ୍ରକ ଅଞ୍ଚଳର ଅଂଶୁମାନ ପାତ୍ର ଓ ଜଣେ ବାରିପଦା ଅଞ୍ଚଳର ଭବିଷ୍ୟ ପାତ୍ର ବୋଲି ସୂଚନା ମିଳିଛି । ତେବେ ନିଖୋଜ ଦୁଇ ଜଣ ଛାତ୍ର ଫକିର ମୋହନ କଲେଜର ଛାତ୍ର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ନୀଳଗିରି ପୋଲିସ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି କରୁଛି ।
