ମହାନଦୀକୁ ଡେଇଁ ପଡ଼ିଲେ ଦୁଇ ନାବାଳିକା, ସୁରକ୍ଷିତ ଉଦ୍ଧାର କଲେ ସ୍ଥାନୀୟ ଲୋକେ

Independence

ସୋନପୁର: ସୋନପୁର ଜିଲ୍ଲାର ବିନିକା ସେତୁରୁ ମହାନଦୀକୁ ଡେଇଁ ପଡ଼ିଥିବା ଦୁଇ ନାବାଳିକାଙ୍କୁ ଶନିବାର ଦିନ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ନଦୀରେ ମାଛ ଧରିବା ସମୟରେ କିଛି ସ୍ଥାନୀୟ ଲୋକ ଝିଅମାନଙ୍କୁ ଦେଖିଥିଲେ। ସେମାନେ ପାଣିରୁ ଦୁଇ ଜଣଙ୍କୁ ଉଦ୍ଧାର କରି ଘଟଣା ବିଷୟରେ ଅଗ୍ନିଶମ ସେବା ବିଭାଗକୁ ଜଣାଇଥିଲେ।

ସୂଚନା ପାଇ ବିନିକା ଅଗ୍ନିଶମ କେନ୍ଦ୍ରର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ଦୁଇ ଝିଅଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ।ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଦୁଇ ନାବାଳିକା କେଉଁ କାରଣରୁ ନଦୀକୁ ଡେଇଁ ପଡ଼ିଲେ ତାହାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.