ରାଜସୁନାଖଳା କଲେଜରେ ଆତ୍ମା ସୁରକ୍ଷା ତାଲିମ ପ୍ରଶିକ୍ଷଣ ଶିବିର ଉଦଘାଟିତ

Independence

ନୟାଗଡ଼,୨୪/୮(ନିସର୍ତ୍ତ): ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦେଶକ୍ରମେନୟାଗଡ଼ ଜିଲ୍ଲା ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ରାଜସୁନାଖଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଶକ୍ତି ଶ୍ରୀ ସେଲ ତରଫରୁ ସୋମବାର ଆତ୍ମା ସୁରକ୍ଷା ତାଲିମ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ରାଜସୁନାଖଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ବ୍ରଜ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅଧ୍ୟାପିକା ମୋନାଲିସା ଚାଟାର୍ଜୀ, ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ ଅକ୍ଷୟ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ । ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ ଛାତ୍ରୀମାନଙ୍କ ପାଇଁ ଛଅ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ୨୪.୦୮.୨୦୨୬ ରୁ ୦୧.୦୯.୨୦୨୬ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ନାରୀମାନଙ୍କ ମଧ୍ୟରେ ସାହସ, ଆତ୍ମବିଶ୍ୱାସ ଏବଂ ଶାରୀରିକ ଦକ୍ଷତା ବୃଦ୍ଧି କରିବା, ଯେପରି ସେମାନେ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ସାମ୍ନା କରିପାରିବେ ଏବଂ ଶାରୀରିକ,ମାନସିକ ସଶକ୍ତିକରଣ, ମହିଳାମାନଙ୍କୁ ଶାରୀରିକ ଭାବେ ଶକ୍ତିଶାଳୀ କରିବା ସହ ମାନସିକ ସ୍ତରରେ ସାହାସୀ କରିବା,ଭୟ ଦୂର କରିବା,ବାଟଘାଟରେ କିମ୍ବା କର୍ମକ୍ଷେତ୍ରରେ ଘଟୁଥିବା ଅସଦାଚରଣ ଓ ହିଂସାର ପ୍ରତିରୋଧ କରିବା ଏହି ପ୍ରଶିକ୍ଷଣ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅଧ୍ୟକ୍ଷ ଡ଼ ବ୍ରଜକିଶୋର ସାହୁ ଶିବିରlର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଆତ୍ମସୁରକ୍ଷା ଓ କୌଶଳ ସମ୍ବନ୍ଧରେ ପ୍ରଶିକ୍ଷକ ଭାବେ ଛାତ୍ରୀ ଅଞ୍ଜଳି ବେହେରା ଯୋଗଦେଇ ଶିବିରରେ ଶିକ୍ଷା ଦିଆଯାଉଥିବା ପ୍ରମୁଖ କୌଶଳ କାରାଟେ, ଜୁଡୋ ଏବଂ ବକ୍ସିଂର ମିଶ୍ରିତ ସରଳ କୌଶଳ ଶିଖାଇଥିଲେ,ଶରୀରକୁ ଚପଳ ଓ ଚଞ୍ଚଳ ପାଇଁ ବ୍ୟାୟାମ,ଶତ୍ରୁର ମୁହଁ ଧରିବା, ବେକ ଚିପିବା ଏବଂ ଅପହରଣ ଭଳି ପରିସ୍ଥିତିରୁ ରକ୍ଷା ପାଇବାର ଉପାୟ ବିଷୟରେ ବୁଝିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ରଶ୍ମିତା ମଲ୍ଲିକ ଓ ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ଦେବତା ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ । ପରିଶେଷରେ ମହାବିଦ୍ୟାଳୟର ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ଦେବତା ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.