ବୋରିଗୁମ୍ମାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି : ୪୭ଟି ଅଭିଯୋଗ ଗ୍ରହଣ, ୩ଟିର ତୁରନ୍ତ ସମାଧାନ

Independence

ବୋରିଗୁମ୍ମା/କୋରାପୁଟ : ବୋରିଗୁମ୍ମା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏଥିରେ ଅଧ୍ୟକ୍ଷତା କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି-ଅଭିଯୋଗ ଶୁଣିଥିଲେ।

ଏହି ଶିବିରରେ ମୋଟ ୪୭ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ୨୦ଟି ଗୋଷ୍ଠୀଗତ ଓ ୨୭ଟି ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ରହିଥିଲା। ଜିଲ୍ଲାପାଳ ପ୍ରତ୍ୟେକ ଅଭିଯୋଗକାରୀଙ୍କ ସମସ୍ୟାକୁ ଧୈର୍ଯ୍ୟର ସହ ଶୁଣିବା ସହ ୩ଟି ଅଭିଯୋଗର ଘଟଣାସ୍ଥଳରେ ହିଁ ତତ୍କାଳ ସମାଧାନ କରିଥିଲେ। ଅବଶିଷ୍ଟ ୪୪ଟି ଅଭିଯୋଗର ତ୍ୱରିତ ଓ ନିୟମାନୁଯାୟୀ ସମାଧାନ କରି ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମରେ କୋରାପୁଟ ଏସ୍‌ପି ରୋହିତ ବର୍ମା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବେଣୁଧର ସବର, ଜିଲ୍ଲା ବନ ଅଧିକାରୀ (ଡିଏଫ୍‌ଓ) ରାଜେଶ ପଟେଲ, ବୋରିଗୁମ୍ମା ବିଡିଓ ସୁକାନ୍ତ ପଟ୍ଟନାୟକଙ୍କ ସମେତ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.