ନର କଙ୍କାଳ ମିଳିବା ଘଟଣାରେ ଦୁଇ ଦାବିଦାରଙ୍କ ଡି.ଏନ୍.ଏ ଟେଷ୍ଟ ପାଇଁ ପଠାଇଲା ପୋଲିସ

Independence

ନୟାଗଡ଼,୨୪/୦୮(ନିସର୍ତ୍ତ) : ଚାନ୍ଦପୁର ଥାନା ଅଂଚଳରେ ନର କଙ୍କାଳ ମିଳିବା ଘଟଣାରେ ଦୁଇ ଦାବିଦାରଙ୍କ ଡି.ନ୍.ଏ ଟେଷ୍ଟ ପାଇଁ ଚାନ୍ଦପୁର ପୋଲିସ ପଠାଇ ଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ, ଗତ ୧୯ ତାରିଖରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ବେଣ୍ଟ ପଟାସ ଜଙ୍ଗଲର ଏକ ନାଳରୁ ନର କଙ୍କାଳ ପୋଲିସ ଜବତ କରିଥିଲା । ନର କଙ୍କାଳ ମିଳିବା ପରେ ଚାନ୍ଦପୁର ପୋଲିସ ଅଧିକାରୀ ଅଭୟ ବେହେରା ତଦନ୍ତ ଆରମ୍ଭ କରିଥିଲେ । କଙ୍କାଳ ପାଖରୁ ମିଳିଥିବା ପୋଷାକ ଦେଖି ଓସ୍ତପଡ଼ା ଗ୍ରାମର ପାଣୁ ସାହୁ କଙ୍କାଳଟି ତାଙ୍କ ପୁଅ କାଳିଆର ବୋଲି ଦାବି କରିଥିଲେ । କାଳିଆ ଜଣେ ମାନସିକ ବିକାର ଗ୍ରସ୍ତ ହୋଇ ଥିବାରୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ପରବର୍ତ୍ତୀ ସମୟରେ ଯାଜପୁର ଅଞ୍ଚଳର ରାଜେନ୍ଦ୍ର ମହାପାତ୍ର କଙ୍କାଳଟି ତାଙ୍କ ପୁଅ ଦିବ୍ୟ ପ୍ରକାଶର ବୋଲି ଦାବି କରିଥିଲେ ।

ଦିବ୍ୟ ଶ୍ରୀରଙ୍ଗମ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ। କିନ୍ତୁ ଗତ ପାଞ୍ଚ ମାସ ହେବ ସେ ନିଖୋଜ ଥିଲେ । ତେଣୁ ତାଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣିଥିଲେ । ଫଳରେ ଏହା ଅନ୍ୟ ଏକ ମୋଡ ନେଇ ଥିଲା । ତେବେ ଚାନ୍ଦପୁର ପୋଲିସ ଦୁଇ ଦାବିଦାରଙ୍କ ଅଭିଯୋଗକୁ ଆଧାର କରି ଡି.ନ୍.ଏ ଟେଷ୍ଟ ପାଇଁ ପଠାଇ ଥିବା ନେଇ ଏସ.ଡି.ପି.ଓ ଦିପ୍ତିକାନ୍ତ ସାହୁ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.