ବନ୍ୟା ଘେରରେ କୋଟପାଡ଼ ବ୍ଲକର ପାଞ୍ଚୋଟି ପଞ୍ଚାୟତ

Independence

କୋଟପାଡ଼ : ଗତ ଲଗାଣ ବର୍ଷାଯୋଗୁଁ କୋଟପାଡ଼ ବ୍ଲକର ପାଞ୍ଚଗୋଟି ପଞ୍ଚାୟତ ପ୍ରଭାବିତ ହୋଇଛି l ଅନେକ ଗ୍ରାମରେ ବଢ଼ିପାଣି ଘର ଭିତରେ ପଶିବା ଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି l ସରକାରୀ କର୍ମଚାରୀ ମାନଙ୍କ ଦ୍ୱାରା ପ୍ରଭାବିତ ପରିବାରକୁ ବନ୍ୟା ଆଶ୍ରୟ ସ୍ଥଳୀରେ ନିଆଯାଇ ଶୁଖିଲା ଏବଂ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି l ସୂଚନା ପ୍ରକାରେ ପିରିଞ୍ଜି, ବିକ୍ରମପୁର, ମାଝୀଗୁଡା, ସୁତିଗୁଡା, ଶିରିଶି, ବରଣ୍ଡି, ଜlମଗୁଡା,ବେଲଗାଁ, ଷଡରେଙ୍ଗା, ବଣିଆ, ଗୁଆଳି, ଆସନା, ଗୁମୁଣ୍ଡା, ବାସୁଲି, ଆଳୁପଦର, ଆଙ୍କଲl ଇତ୍ୟାଦି ଗ୍ରାମ ପାଣି ଘେରରେ ରହିଥିବା ବେଳେ ପ୍ରଶାସନ ଦ୍ୱାରା ଚୁଡା, ଗୁଡ଼ ଓ ବିସ୍କୁଟ ଇତ୍ୟାଦି ଶୁଖିଲା ଖାଦ୍ୟ ବଣ୍ଟା ଯାଇଛି l

ଗୁମୁଣ୍ଡା ପଞ୍ଚାୟତର ସିଉନିଆଗୁଡା ବନ୍ୟା ପ୍ରଭାବିତଙ୍କୁ ଗୁମୁଣ୍ଡା ବନ୍ୟା ଆଶ୍ରୟ ସ୍ଥଳୀରେ ଗ୍ରାମବାସୀଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି l ସେହିପରି ଗୁଆଳି ପଞ୍ଚାୟତର ବନ୍ୟା ପ୍ରଭାବିତଙ୍କୁ କୋଟପାଡ଼ କଲ୍ୟାଣ ମଣ୍ଡପରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିବା ଖବର ମିଳିଛି l
ଅନ୍ୟ ପଟେ ଓଡ୍ରାଫ ଟିମ,ଦମକାଳ ବାହିନୀ, କୋଟପାଡ଼ ପୋଲିସ ଏବଂ ଅନ୍ୟ ସାମାଜିକ ସଂଗଠନ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଇଥିବା ବେଳେ ଜ଼ିଲ୍ଲାପାଳ ମହାଜନ , ଜୟପୁର ଉପ ଜ଼ିଲ୍ଲାପାଳ ଜଦୁମଣି ନାୟକ ଏବଂ ଜ଼ିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତi କୋଟପାଡ଼ ଗୋଷ୍ଠୀ ଅଧିକାରୀ ସନ୍ଧ୍ୟା ସମରଥ , ତହସିଲଦାର ଟ୍ୱିଙ୍କିଲେ ସେଠି,ସ୍ୱାସ୍ଥ୍ୟ ଅଧିକାରୀ ଏବଂ ସହଯୋଗୀ କର୍ମଚାରୀ ବନ୍ୟା ପ୍ରଭାବିତ ଅଞ୍ଚଳ ଘନଘନ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି l ପ୍ରାୟ ଅଞ୍ଚଳର ହଜାରରୁ ଉର୍ଦ୍ଧ ବନ୍ୟା ପୀଡିତଙ୍କୁ ଆଶ୍ରୟ ସ୍ଥଳୀରେ ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟ ପ୍ରଦାନ କରାଯlଇଥିବା ଖବର ମିଳିଛି ହଜାର ହଜାର ଏକର ଚାଷ ଜମିରେ ପାଣି ଭର୍ତ୍ତି ହୋଇ ରହିଛି l ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ଷୋଡରେଙ୍ଗା, ବଣିଆ, ସୁତିଗୁଡା ଏବଂ ବାସୁଲି ରାସ୍ତା ଜଳମଗ୍ନ ରହିଥିବା ଯୋଗୁଁ ବହୁ ସମସ୍ୟା ସୃଷ୍ଟି ହୋଇଥିଲା l

ad-week
Leave A Reply

Your email address will not be published.