ବାଲୁଗାଁରେ ୩୦ ଗ୍ରାମ ବ୍ରାଉନସୁଗାର ଜବତ, ୨ ବେପାରୀ ଗିରଫ

Independence

ବାଲୁଗାଁ (ଖୋର୍ଦ୍ଧା) : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଥାନା ଚିଲିକା ଜେଟି ଓ ବାଲୁଗାଁ କଲେଜ ନିକଟରେ ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ଖୋର୍ଦ୍ଧା ଏସପି ଶ୍ରୀ ପରମାର ସ୍ମିତ ପର୍ଶୋତ୍ତମଦାସ (ଆଇପିଏସ)ଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓ ଶ୍ରୀ ସଞ୍ଜୟ କୁମାର ପଟ୍ଟନାୟକ ଓ ଆଇଆଇସି ଶ୍ରଦ୍ଧା ନାୟକଙ୍କ ନେତୃତ୍ୱରେ ଆଜି ଏହି ଚଢ଼ାଉ ହୋଇଥିଲା।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଆଇ ରସ୍ନା ସାହୁଙ୍କ ନେତୃତ୍ୱରେ ପୋଲିସ ଟିମ୍ NDPS ଆଇନର ସମସ୍ତ ନିୟମ ପାଳନ କରି ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ଏହି ସମୟରେ ଦୁଇ ଜଣ ସନ୍ଦିଗ୍ଧ ଯୁବକ ପୋଲିସକୁ ଦେଖି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା।

ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଞ୍ଚ କରାଯିବାରୁ ଅଭିଯୁକ୍ତ ବଳଭଦ୍ର ପରିଡ଼ା ଓରଫ ଟିଟୁ ଓରଫ ସୁନୁ (୨୧)ଙ୍କ ନିକଟରୁ ୩୦.୦୪ ଗ୍ରାମ ବ୍ରାଉନସୁଗାର ଓ ଗୋଟିଏ ମୋବାଇଲ ଜବତ ହୋଇଛି। ସେହିପରି ଅନ୍ୟତମ ଅଭିଯୁକ୍ତ ବାବୁ ଦାସ ଓରଫ ଅଗଧୁ (୨୪)ଙ୍କ ନିକଟରୁ ଗୋଟିଏ ଲାଭା ମୋବାଇଲ ଏବଂ ସୁଜୁକି ଆକ୍ସେସ ସ୍କୁଟି (ନଂ OD 02 CU 8753) ଜବତ କରାଯାଇଛି।

ଏ ନେଇ ବାଲୁଗାଁ ଥାନାରେ କେସ୍ ନଂ ୩୭୭/୨୫.୦୮.୨୦୨୬ ରେ NDPS ଆଇନର ଧାରା 21(b) ଅନୁଯାୟୀ ମାମଲା ରୁଜୁ କରାଯାଇ ଉଭୟଙ୍କୁ ଗିରଫ ପୂର୍ବକ କୋର୍ଟ ଚାଲାଣ କରାଯାଇଛି। ଏହି ନିଶା କାରବାର ପଛରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.