ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ୨୦ ସାଂସଦଙ୍କ କୁଶପୁତ୍ତଳିକା ଦାହ

Independence

ନୟାଗଡ଼ : ଦିଲ୍ଲୀ ପୋଲିସ ଦ୍ୱାରା ‘ଜେନ୍-ଜି’ (Gen Z) ଆନ୍ଦୋଳନକାରୀଙ୍କ ଉପରେ ଲାଠିଚାଳନା ଓ ପେଲେଟ୍ ଗନ୍ ବ୍ୟବହାର ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତି ଦାବି କରି ବିରୋଧୀ ଦଳଗୁଡ଼ିକ ସଂସଦ ଅଚଳ କରି ରଖିଛନ୍ତି। ଏହି ସମୟରେ ବିନା ଆଲୋଚନାରେ ତରବରିଆ ଭାବେ ଓଡ଼ିଶାର ଖଣି, ପାଣି, କୋଇଲା ତଥା ଖଣିଜ ସମ୍ପଦକୁ ଲୁଟି ନେବା ପାଇଁ କେନ୍ଦ୍ର ବିଜେପି ସରକାର MMDR ଆଇନ ଗୃହୀତ କରାଇଥିବା ଅଭିଯୋଗ ହୋଇଛି।

ଏହି ସଂଶୋଧିତ MMDR ଆଇନ ପ୍ରତ୍ୟାହାର ଦାବିରେ କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡିଆ’ (INDIA) ମେଣ୍ଟର ଶତାଧିକ କାର୍ଯ୍ୟକର୍ତ୍ତା ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀମାନେ ସରକାର ବିରୋଧୀ ନାରାବାଜି କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟର ୨୦ ଜଣ ବିଜେପି ସାଂସଦଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ad-week
Leave A Reply

Your email address will not be published.