ଶ୍ରୀମନ୍ଦିରରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା, ଘଣ୍ଟାକୁ ଦର୍ଶନ କରିପାରିବେ ୧୦ ହଜାର ଭକ୍ତ

Independence

ପୁରୀ : ଶ୍ରୀମନ୍ଦିରରେ ଆସୁଛି ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥା ।  ଘଣ୍ଟାକୁ ୧୦ ହଜାର ଭକ୍ତ କରିପାରିବେ ଦର୍ଶନ, ୩ରୁ ୪ ମାସରେ କାର୍ଯ୍ୟକାରୀ ହେବ ଯୋଜନା । ସୋମବାର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବୈଠକ ପରେ ଆଇନ ମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଦର୍ଶନ ବ୍ୟବସ୍ଥାକୁ ଅଧିକ ସୁଗମ ଓ ଶୃଙ୍ଖଳିତ କରିବା ଲକ୍ଷ୍ୟରେ ଏହି ଯୋଜନା ପ୍ରସ୍ତୁତ କରାଯାଇଛି ।  ଆଇଆଇଟି ଭୁବନେଶ୍ୱର ପକ୍ଷରୁ ବିଭିନ୍ନ ବୈଷୟିକ ବିକଳ୍ପ ଉପସ୍ଥାପନ କରାଯାଇଥିବା ବେଳେ ଏହାର ପାଇଲଟ୍ ମଡେଲ ପ୍ରସ୍ତୁତ କରିବାକୁ ଆଲୋଚନା ହୋଇଛି ।  ପ୍ରସ୍ତାବିତ ଯୋଜନା ଅନୁଯାୟୀ ଗରୁଡ଼ ସ୍ତମ୍ଭଠାରୁ ବାହାର କାଠ ପର୍ଯ୍ୟନ୍ତ ୫ଟି ରାମ୍ପ ନିର୍ମାଣ କରାଯିବ । ଏହି ରାମ୍ପଗୁଡ଼ିକରେ ଏକାସାଙ୍ଗେ ପ୍ରାୟ ୫୦ ଜଣ ଭକ୍ତ ଦର୍ଶନ କରିପାରିବେ ।

ଏହା ଫଳରେ ମନ୍ଦିର ଭିତରର ଭିଡ଼ ହ୍ରାସ ପାଇବା ସହ ଭକ୍ତମାନେ ସହଜରେ ଦର୍ଶନ କରିପାରିବେ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଘଣ୍ଟାକୁ ୮ରୁ ୧୦ ହଜାର ଭକ୍ତ ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି  । ଆଗାମୀ ୮ରୁ ୧୦ ଦିନ ମଧ୍ୟରେ ପାଇଲଟ୍ ମଡେଲ ପ୍ରଦର୍ଶନ କରାଯିବ ଏବଂ ପରବର୍ତ୍ତୀ ୩ରୁ ୪ ମାସ ମଧ୍ୟରେ ଏହି ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.