ଗୁଣିଆର ଚେରମୂଳି ଔଷଧ ଖାଇ ଦମ୍ପତିଙ୍କ ମୃତ୍ୟୁ

Independence

କନ୍ଧମାଳ :  ଗୁଣିଆ ଠାରୁ ଔଷଧ ଖାଇ ଦମ୍ପତିଙ୍କ ମୃତ୍ୟୁ ଅଭିଯୋଗ । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ୍ କଟ୍ରିଙ୍ଗିଆ ପଞ୍ଚାୟତ ନେଡିପଙ୍ଗା ଗାଁର ଦୃଶ୍ୟ । ବିବାହର ଅନେକ ବର୍ଷ ପରେ ମଧ୍ୟ କୈାଣସି ସନ୍ତାନ ନହେବାରୁ ଗୁଣିଆ ଠାରୁ ଚେର ମୂଳି ଆଣି ଖାଇଥିଲେ ଦମ୍ପତି । ସ୍ତ୍ରୀ ଲଳିତା କହଁର ଓ ସ୍ଵାମୀ କାହ୍ନୁ ଚରଣ କହଁର ଚେର ମୂଳି ଖାଇ ଗତକାଲି ରାତିରେ ହଠାତ୍ ଅଚେତ୍ ହୋଇ ପଡ଼ିଥିଲେ ।

ଏନେଇ ଗ୍ରାମବାସୀ କଟ୍ରିଙ୍ଗିଆ ସରପଞ୍ଚଙ୍କୁ ଜଣାଇଥିଲେ । ସରପଞ୍ଚ ସମସ୍ତ ଘଟଣା ଶୁଣି ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପ୍ରାଥମିକ ଚିକିସା ପାଇଁ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତର ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ତାନାନ୍ତର କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ପ୍ରଥମେ ସ୍ତ୍ରୀଙ୍କର ପରେ ସ୍ଵାମୀଙ୍କର ମୃତ୍ୟୁ ହୋଇଥିଲା । ସମ୍ପୃକ୍ତ ଗୁଣିଆକୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସରପଞ୍ଚ ।

ad-week
Leave A Reply

Your email address will not be published.