ସେପ୍ଟେମ୍ବର ୨୨ରୁ ବିଧାନସଭା ଅଧିବେଶନ, ରହିବ ୯ କାର୍ଯ୍ୟ ଦିବସ

Independence

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨୨ତାରିଖରୁ ଆରମ୍ଭ ହେବ ସପ୍ତଦଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନ । ବିଧାନସଭା ସଚିବାଳୟ ପକ୍ଷରୁ ଜାରି ଅଧିବେଶନର ଚିଠା କାର୍ଯ୍ୟସୂଚୀରୁ ଏନେଇ ସୂଚନା ମିଳିଛି । ମୌସୁମୀ ଅଧିବେଶନରେ ରହିବ ୯ କାର୍ଯ୍ୟଦିବସ । ଚିଠା କାର୍ଯ୍ୟସୂଚୀ ଅନୁସାରେ ସେପ୍ଟେମ୍ବର ୨୨, ୨୩ ଓ ୨୪ ତାରିଖ ଲଗାତାର ତିନି ଦିନ ବିଧାନସଭାରେ ସରକାରୀ କାର୍ଯ୍ୟ ରହିବ ।

ଆସନ୍ତା ୨୫ ବେସରକାରୀ କାର୍ଯ୍ୟ ଦିବସ ପାଇଁ ଧାର୍ଯ୍ୟ କରାଯାଇଛି । ଏହିଦିନ ବେସରକାରୀ ସଦସ୍ୟଙ୍କ ବିଲ୍ ଓ ସଂକଳ୍ପ ଉପରେ ଆଲୋଚନା ହୋଇପାରେ । ସେପ୍ଟେମ୍ବର ୨୬ ଓ ୨୭ ବିଧାନସଭାର ଅଧିବେଶନ ବସିବ ନାହିଁ। ସେପ୍ଟେମ୍ବର ୨୮ଠାରୁ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବ। ୨୮, ୨୯ ଓ ୩୦ ତାରିଖରେ ସରକାରୀ କାର୍ଯ୍ୟ ଦିବସ ରହିଛି । ଅକ୍ଟୋବର ୧ ତାରିଖ ମଧ୍ୟ ଗୃହରେ ସରକାରୀ କାର୍ଯ୍ୟ ଚାଲିବ । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଛୁଟି ରହିବ। ଏହାପରେ ଅକ୍ଟୋବର ୩ରେ ପୁଣି ବିଧାନସଭା ବସିବ ଏବଂ ସରକାରୀ କାର୍ଯ୍ୟ ହେବ ।

ad-week
Leave A Reply

Your email address will not be published.