ଆସିକା ବଡ଼ଖୋଲି ଅଞ୍ଚଳ ରେ ନକଲି ବିଦେଶୀ ମଦର ବନ୍ୟା…..!

ଚେଇଁ ସୋଇଛି ଅବକାରୀ ବିଭାଗ..!

Independence


ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ଦେଶୀ ଓ ବିଦେଶୀ ଅପମିଶ୍ରଣ ମଦ ଜିଲ୍ଲା ବାହାରକୁ ଚାଲାଣ ହେବାର ନଜିର ରହିଛି। ଭୁବନେଶ୍ୱର ଅଞ୍ଚଳରୁ ଦାମୀ ଗାଡ଼ିରେ ଚାଲାଣ ବେଳେ ମଦ ଜବତ ବି ହୋଇଛି। ହୋମିଓ ପ୍ୟାଥିକ ସ୍ପିରିଟ ରେ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ମିଶ୍ରଣ କରାଯାଇ ବିଦେଶୀ ମଦ ପ୍ରସ୍ତୁତ ହେଉଛି। ତାହାର ନଗ୍ନ ନମୁନା ଏବେ ଆସିକା ବ୍ଲକ ବଡ଼ଖୋଲି ଗ୍ରାମର ନୂଆ ସାହିରେ ଦେଖିବାକୁ ମିଳୁଛି। ଜଣେ ବ୍ୟକ୍ତି ଖୁଲାମ ଖୁଲା ନକଲି ବିଦେଶୀ ମଦ ବିଭିନ୍ନ ବ୍ରାଣ୍ଡ ର ଆଣି ଅବାଧ ରେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ବେଳ ଥାଉ ଥାଉ ପ୍ରଶାସନ ଯଦି ବେଆଇନ ଅପମିଶ୍ରଣ ମଦକୁ ଲଗାମ ନଲଗାଇଲେ ମଦ ମୃତ୍ୟୁ ହେବାର ସମ୍ଭାବନା ଦେଖା ଦେଇଛି। ଅବକାରୀ ବିଭାଗ ସବୁ ଜାଣି ଚେଇଁ ସୋଇଛି l ବେଳେ ବେଳେ ପୋଲିସ ଅବକାରୀ ବିଭାଗ ର କାମ ତୁଲାଉଛି ବୋଲି ସାଧାରଣ ରେ ଚର୍ଚ୍ଚା l ଯେମିତି କଥାରେ ଅଛି ସିଂଘ ଧରୁଛି ଜଣେ କ୍ଷୀର ପିଉଛି ଆଉ ଜଣେ l ଗଞ୍ଜାମ ଜିଲ୍ଲା ରେ ଅବକାରୀ ବିଭାଗ ର ଛୋଟିଆ କର୍ମଚାରୀ ଵି ଜଣେ କୁବେର ବୋଲି ସାଧାରଣ ରେ ଚର୍ଚ୍ଚା କିନ୍ତୁ ଭିଜିଲାନ୍ସ ବିଭାଗ କୌଣସି ଅବକାରୀ ବିଭାଗ କୁ ହାତ ମାରୁ ନାହିଁ ତାହାବି ତଦନ୍ତ ସାଫେକ୍ଷ l ରୀତିମତ ଆସିକା ଅଞ୍ଚଳ ରୁ ନୟାଗଡ଼ ଏବଂ ଭୁବନେଶ୍ୱର ଅଞ୍ଚଳ କୁ ନକଲି ଦେଶୀ ଓ ବିଦେଶୀ ମଦ ଚାଲାଣ ହେଉଛି ବାହାର ଜିଲ୍ଲା ଅବକାରୀ ବିଭାଗ ଚଢ଼ାଉ କରିବାରେ ସଫଳତା ପାଉଛି କିନ୍ତୁ ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗ ଚେଇଁ ସୋଇଛି ତେଣୁ ରାଜ୍ୟ ସରକାର ଏଥିପ୍ରତି ଯତ୍ନ ବାନ ହେବାକୁ ସଚେତନ ନାଗରିକ ମହଲ ରୁ ଦାବୀ ହେଉଛି l

ad-week
Leave A Reply

Your email address will not be published.