ରଣପୁରରେ ଅବକାରୀ ବିଭାଗର ଚଢ଼ାଉ ୪୨୦ ଲିଟର ହାତରନ୍ଧା ଦେଶୀ ମଦ ଜବତ…

Independence

ନୟାଗଡ଼,୨୬/୦୮(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ଅବକାରୀ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ଚାଲିଆସୁଥିବା ଚୋରା ହାତରନ୍ଧା ଦେଶୀ ମଦ କାରବାର ବିରୋଧରେ ଅବକାରୀ ବିଭାଗକୁ ବଡ଼ ଧରଣର ସଫଳତା ମିଳିଛି। ଏକ ସ୍ୱତନ୍ତ୍ର ଚଢ଼ାଉରେ ବିଭାଗ ୪୨୦ ଲିଟର ହାତରନ୍ଧା ଦେଶୀ ମଦ ଜବତ କରିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୮୪ ହଜାର ଟଙ୍କା ବୋଲି ଜଣାପଡ଼ିଛି। ରଣପୁର ଅବକାରୀ ଥାନାରେ ନୂତନ ଉପ-ନିରୀକ୍ଷକ ଭାବେ ଶଶିକାନ୍ତ ରାଉତ ଯୋଗଦେବା ପରେ ଅଞ୍ଚଳରେ ପେଟ୍ରୋଲିଂ ଓ ଚଢ଼ାଉକୁ ଜୋରଦାର କରାଯାଇଛି। ଫଳରେ ଚୋରା ମଦ କାରବାରୀଙ୍କ ମଧ୍ୟରେ ଛନକା ପଶିଛି। ଗତ କାଲି ମଙ୍ଗଳବାର ଦିନ ବିଳମ୍ବିତ ସନ୍ଧ୍ୟାରେ ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତର ବାଙ୍କନାଳିଆ ଅଞ୍ଚଳରୁ ବହୁ ପରିମାଣରେ ହାତରନ୍ଧା ଦେଶୀ ମଦ ଚାଲାଣ ହେଉଥିବା ଖବର ଅବକାରୀ ବିଭାଗ ପାଖରେ ପହଞ୍ଚିଥିଲା। ତେବେ ଅବକାରୀ ଟିମ୍‌ର ଗତିବିଧି ସମ୍ପର୍କରେ ସୂଚନା ପାଇ ଚୋରା ବେପାରୀମାନେ ମଦ ଭର୍ତ୍ତି ପ୍ୟାକେଟଗୁଡ଼ିକୁ ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ଉପ-ନିରୀକ୍ଷକ ଶଶିକାନ୍ତ ରାଉତ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଲାସି ଅଭିଯାନ ଚଳାଇଥିଲେ। ପରେ ନୟାଗଡ଼ ରେଞ୍ଜ ଅବକାରୀ ନିରୀକ୍ଷକ ରମେଶ ସାହୁଙ୍କ ସହିତ ଶଶିକାନ୍ତ ରାଉତ,ନିର୍ମଳ କୁମାର ବେହେରା, ସଞ୍ଜୀବ କୁମାର ମହାପାତ୍ର ଓ ନୟାଗଡ଼ର ଟିମ୍ ମଧ୍ୟ ସାମିଲ ଥିଲେ । ଅବକାରୀ ବିଭାଗର ଏହି କାର୍ଯ୍ୟାନୁଷ୍ଠାନ ପରେ ଆଗାମୀ ଦିନରେ ଏଭଳି ଚଢ଼ାଉ ଆହୁରି ଜୋରଦାର ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ad-week
Leave A Reply

Your email address will not be published.