ସତ୍ୟସାଇ ଜ୍ଞାନ ବିକାଶ ବିଦ୍ୟାଳୟ ହଷ୍ଟେଲରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

Independence

କୁଜଙ୍ଗ:  କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ସ୍ଥିତ ସତ୍ୟସାଇ ଜ୍ଞାନ ବିକାଶ ବିଦ୍ୟାଳୟରେ ଆଜି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ରଶିରେ ଫାଶିହୋଇ ଆତ୍ମହତ୍ଯା କରିଥିବା ଜଣାପଡିଛିା  ଘଟଣାରୁ ପ୍ରକାଶ ଯେ,ରଘୁନାଥ ପୁର ଅଂଚଳର ଆଶୁତୋଷ ବେହେରା (୧୪) ପଙ୍କପାଳସ୍ଥିତ ଜ୍ଞାନ ବିକାଶ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ରକ୍ଷା ବନ୍ଧନ ଅବସରରେ ତାଙ୍କ ପିତା,ମାତା ତାଙ୍କୁ ଘରକୁ ନେଇଥିଲେ।  ବିଦ୍ୟାଳୟକୁ ଫେରିବାର ଇଛା ନଥିବା ସତ୍ତ୍ବେ ତାଙ୍କୁ ଆଜି (ଶୁକ୍ରବାର)  ପୂର୍ବାହ୍ନ ୧୦ ଟା ସମୟରେ ପିତାମାତା ଆଶୁତୋଷଙ୍କୁ ବିଦ୍ୟାଳୟରେ ଛାଡ଼ିଆସିଥିଲେ।

ଛାତ୍ରଛାତ୍ରୀମାନେ ପ୍ରାର୍ଥନା ଶ୍ରେଣୀରେ ଥିବା ସମୟରେ ସମ୍ପୃକ୍ତ ଛାତ୍ର ଛାତ୍ରାବାସ ପ୍ରକୋଷ୍ଠର ଫ୍ୟାନରେ ରଶି ଦେଇ ଝୁଲି ପଡିଥିଲୋ ପ୍ରାର୍ଥାନା ଶ୍ରେଣୀରୁ କିଛି ପିଲା ଛାତ୍ରାବାସ ଗୃହକୁ ଯାଇଥିବା ସମୟରେ ଏହାକୁ ଦେଖି ଶିକ୍ଷକଙ୍କୁ ଜଣାଇଥିଲୋ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ମଣିଜଙ୍ଗା ମେଡିକାଲକୁ ନିଆ ଯାଇଥିଲାା ଡାକ୍ତର ସେଠାରେ ଆଶୁତୋଷଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ରଙ୍କ ଘର ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଭାଲିଆପୁର ବୋଲି ଜଣାପଡ଼ିଛିା

ad-week
Leave A Reply

Your email address will not be published.