ଚିଲିକାରେ ବେଆଇନ୍ ଚିଙ୍ଗୁଡ଼ି ଘେରିରେ ବୁଲିଲା ବୁଲଡୋଜର

Independence

ବ୍ରହ୍ମଗିରି : ଚିଙ୍ଗୁଡ଼ି ଘେରିରେ ବୁଲିଲା ବୁଲଡୋଜର ।  ଦୀର୍ଘ ୨୦ଦିନ ହେଲା ଚିଲିକାରେ ବେଆଇନି ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଜାରି ରହିଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ଚଢ଼ାଉ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଧେଶକ୍ରମେ କୃଷ୍ଣପ୍ରସାଦ ତହସିଲିଦାର ସହଦେଵ ସାହୁଙ୍କ ନେତୃତ୍ୱରେ ବେଆଇନି ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଇଛି । ବୁଲଡ୍ରୋଜର ଲଗାଇ ଘେରି କଟାଯାଇଛି | ଭସାପୋଲ ଉପରେ ବୁଲଡ୍ରୋଜର ଧରି ଚିଲିକାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ତହସିଲିଦାର ଓ ପୋଲିସ ପ୍ରଶାସନ । ଏହି ପର୍ଯ୍ୟାୟରେ ୪ହଜାର ଏକର ଚିଲିକାରୁ ଘେରି ଉଚ୍ଛେଦ କରାଯାଇଥିବା ତହସିଲିଦାର କହିଛନ୍ତି ।

ad-week
Leave A Reply

Your email address will not be published.