ଚୋରି ମାମଲାର ଅଭିଯୋଗକାରୀ ଗଞ୍ଜେଇ ଚାଲାଣ କରି ଗିରଫ

Independence

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ନିକଟସ୍ଥ ଧଝୋଲା ଗ୍ରାମର ଭିକାରୀ ଚରଣ ନାୟକ(୪୨) ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅବକାରୀ ବିଭାଗ ଦ୍ଵାରା ଗିରଫ ହୋଇଥିବା ଜଣାପଡିଛି ।ସୂଚନା ଅନୁଯାୟୀ ଗତ ୧୨ ତାରିଖ ବିଳମ୍ବିତ ରାତିରେ ଧଝୋଲା ସ୍ଥିତ ଭିକାରୀ ଚରଣ ନାୟକଙ୍କ ବାରିପଟ କବାଟ ତାଡ଼ି ଦୁର୍ବୃତ୍ତ ମାନେ ଭୟଭୀତ କରି ଲୁଟ ହୋଇଥିବାର ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା ।ଅଭିଯୋଗରେ ଭିକାରୀଙ୍କ ଘରୁ ନଗଦ ୬୦ ହଜାର ଟଙ୍କା ସମେତ ଅନେକ ସୁନା ଅଳଙ୍କାର ଓ ରୂପା ପାଉଁଜି ଚୋରି ହୋଇଥିବା ଦର୍ଶାଯାଇଛି ।ଏହାକୁ ନେଇ ପୁଲିସ ୨୭୪/୨୬ରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାତ୍ର ଚୋରି ଘଟଣାର ଅଭିଯୋଗକାରୀ ଭିକାରୀ ଚରଣ ନାୟକ ଗଞ୍ଜେଇ ଚୋରା ଚାଲାଣ କରି ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ତେବେ ଚୋରି ମାମଲାରେ ଦିଆଯାଇଥିବା ଅଭିଯୋଗ ଓ ଗଞ୍ଜେଇ ଚୋରା ଚାଲାଣ କରି ଗିରଫ ଘଟଣା ବିଷୟରେ କୌଣସି ସମ୍ପର୍କ ଅଛି କି ନାହିଁ ତାହା ତଦନ୍ତ ପରେ ଜଣାପଡ଼ିବ। ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଆଲୋଚନା ଜୋର ଧରିଛି।

ad-week
Leave A Reply

Your email address will not be published.