ବିଦ୍ୟା ଭାରତୀ ଶିଶୁ ମନ୍ଦିର ରେ ନନ୍ଦ ଉତ୍ସବ ପାଳିତମା’ ମାନେ ହିଁ ଶ୍ରେଷ୍ଟ ଗୁରୁ : ସମାଜସେବୀ ସୁଶାନ୍ତ ସାବତ

Independence

ବ୍ରହ୍ମପୁର : ଶିଶୁକୁ କୁମ୍ଭାର ମାଟି କୁ ଜାଗ୍ରତ ଓ ସୁନ୍ଦର ଭାବେ ଗଢିଲା ପରି ଶିଶୁ ମାନଙ୍କୁ ଠିକ୍ ଭାବେ ସଂସ୍କାର ଶିକ୍ଷା ଦେଇ ଗଢ଼ି ତୋଳିବା ଗୁରୁ ଦାୟିତ୍ୱ ପରିବାର, ଶିକ୍ଷାନୁଷ୍ଠାନ ଓ ସମାଜର ମଧ୍ୟ । ପିଲାମାନଙ୍କୁ ଜଙ୍କ ଫୁଡ଼, ମୋବାଇଲ ଓ ଅପସଂସ୍କୃତି ଠାରୁ ଦୂରରେ ରଖି ମାଟି, ମା ଓ ମାତୃଭାଷା କୁ ଭଲ ପାଇବା ସହ ଦେଶ ପ୍ରେମ ଶିକ୍ଷା ଦେଇ ଭଲ ମଣିଷ ତିଆରି କରି ଗଢିତୋଳିବା ଅନ୍ୟମାନଙ୍କ ସହ ମା ମାନଙ୍କ ପ୍ରଧାନ କର୍ତ୍ତବ୍ୟ ।କାରଣ ମା ‘ ମାନେହିଁ ଶ୍ରେଷ୍ଟ ଗୁରୁ ବୋଲି ଆଜି ଖଜୁରିଆ ସ୍ଥିତ ବିଦ୍ୟା ଭାରତୀ ଶିଶୁ ମନ୍ଦିରରେ ପବିତ୍ର ନନ୍ଦ ଉତ୍ସବ ଓ ଗୁରୁ ଦିବସ ଅବସରରେ ମାତୃ ସମ୍ମିଳନି ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ମହାନ୍ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଯୋଗଦେଇ ମତବ୍ୟକ୍ତ କରିଥିଲେ। ସମାଜସେବୀକା ତଥା ନାରୀ ନେତ୍ରୀ ଶ୍ରୀମତୀ ମମତାମୟୀ ରଣା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମାତୃ ଶକ୍ତି ର ଗୁରୁତ୍ୱ ଉପରେ ଆଲୋକ ପାତ କରିବା ସହ ମା ମାନେ ପିଲାଙ୍କୁ ଭଲ ମଣିଷ କରି ଗଢ଼ି ତୋଳିବାକୁ ପରାମର୍ଶ ଦେଇଥିଲେ। ସଭାପତି ଦେବରାଜ ଚୌଧୁରୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଶ୍ରୀ ମହେନ୍ଦ୍ର ନାଥ ସାହୁ, କମିଟି ଉପଦେଷ୍ଟା
ଶ୍ରୀ ସନ୍ତୋଷ କୁମାର ବିଷୋୟୀ ଓ ଶ୍ରୀ ବିଜୟ କୁମାର ନାହାକ ମଞ୍ଚାସିନ ଥିବାବେଲେ ପ୍ରଧାନ ଆଚାର୍ଯ୍ୟ ସୁଶ୍ରୀ ସାଗରିକା ପ୍ରଧାନ ଓ ଅନ୍ୟ ସହଯୋଗୀ ଆଚାର୍ଯ୍ୟ ଆଚାର୍ଯ୍ୟ। ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିଚାଳିତ ସାଂସ୍କୃତିକ କାର୍ଯ୍ୟ କ୍ରମ ଉଚ୍ଚ ପ୍ରସଂଶିତ ହୋଇଥିଲା।

ad-week
Leave A Reply

Your email address will not be published.