୪୪୦ କେଜି ଗଞ୍ଜେଇ ଜବତ : ଟ୍ରାକ୍ଟରରେ ଚାଲାଣ ବେଳେ ଧରିଲା କାଲିମେଳା ପୋଲିସ, ୨ ଅଭିଯୁକ୍ତ ଫେରାର

Independence

ମାଲକାନଗିରି : ମାଲକାନଗିରିରେ ଗଞ୍ଜେଇ ଚାଲାଣ ଉପରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। କାଲିମେଳା ଥାନା ଅଞ୍ଚଳରୁ ପ୍ରାୟ ୪୪୦ କେଜି ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଚାଲାଣରେ ବ୍ୟବହୃତ ଏକ ମହିନ୍ଦ୍ରା-୫୮୫ ଡିଆଇ ଟ୍ରାକ୍ଟର ସହ ଟ୍ରେଲରକୁ ମଧ୍ୟ ପୋଲିସ ଜବତ କରିଛି। ତେବେ ଘଟଣାସ୍ଥଳରୁ ଦୁଇ ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।
କାଲିମେଳା ଥାନା ଅଧୀନ ବେଙ୍କଟପାଲମ ଗ୍ରାମ ନିକଟ ଜଙ୍ଗଲରୁ ଏହି ବଡ଼ ଧରଣର ଗଞ୍ଜେଇ ଜବତ କରାଯାଇଛି। ପୋଲିସର ସୂଚନନୁସାରେ ସେପ୍ଟେମ୍ବର ୩ ତାରିଖ ରାତିରେ କାଲିମେଳା ଥାନା କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ ବେଙ୍କଟପାଲମ ଗ୍ରାମ ନିକଟରେ ଏକ ଲାଲ ରଙ୍ଗର ମହିନ୍ଦ୍ରା-୫୮୫ ଡିଆଇ ଟ୍ରାକ୍ଟରକୁ ସନ୍ଦେହ କରି ଯାଞ୍ଚ କରିଥିଲେ।
ଯାଞ୍ଚ ବେଳେ ଟ୍ରାକ୍ଟର ଏବଂ ନମ୍ବର ପ୍ଲେଟ୍‌ ନଥିବା ଟ୍ରେଲରରୁ ପ୍ରାୟ ୪୪୦ କେଜି ଗଞ୍ଜେଇ ମିଳିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୪ ଲକ୍ଷ ଟଙ୍କା ବୋଲି ପୋଲିସ ପ୍ରେସ୍ ନୋଟ୍‌ରେ ଦର୍ଶାଇଛି।
ତେବେ ପୋଲିସକୁ ଦେଖି ଘଟଣାସ୍ଥଳରେ ଥିବା ଦୁଇ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଘଟଣାକୁ ନେଇ କାଲିମେଳା ଥାନାରେ କେସ୍ ନମ୍ବର ୨୦୫/୨୦୨୬ ରୁଜୁ ହୋଇଛି। NDPS ଆଇନର ଧାରା ୨୦(b)(ii)C ଅନୁସାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.