
ବାଲିଗୁଡା ,ତା, ୦୫/୦୯ : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକୀ ଏବଂ ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଅବସର ରେ ଧର୍ମ ଜାଗରଣ ସମନ୍ଵୟ ସମିତି ପକ୍ଷରୁ ଏକ ପରାବର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରାବର୍ତ୍ତନ କାର୍ଯ୍ୟକ୍ରମ ରେ ତୁମୁଡିବନ୍ଧ ବ୍ଲକ ର ୧୦ ପରିବାରର ୩୭ ଜଣ ସଦସ୍ୟ ନିଜ ଇଚ୍ଛା ରେ ସ୍ଵଧର୍ମ କୁ ଫେରିଛନ୍ତି । ତୁମୁଡିବନ୍ଧ ସ୍ଥିତ ଜଳେଶପଟ୍ଟା ଆଶ୍ରମ ପରିସର ରେ ଅନୁଷ୍ଠିତ ଯଜ୍ଞ ରେ ଆହୁତି ଦେଇ ନୂତନ ବସ୍ତ୍ର ପରିଧାନ କରି ପ୍ରସାଦ ସେବନ କରି ନିଜ ଧର୍ମ ଛାଡି ଯାଇଥିବା କହିଥିବା ବେଳେ ସ୍ଵାମୀଜୀ ଙ୍କ ନୀତି ଆଦର୍ଶ ରେ ପୁଣି ନିଜ ଧର୍ମ କୁ ଫେରିଥିବା କହିଛନ୍ତି । ସ୍ଵାମୀ ମୁକ୍ତାନନ୍ଦ ପୁରୀ ମହାରାଜ ଙ୍କ ଆଶ୍ରିବାଦ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଧର୍ମ ଜାଗରଣ ସମନ୍ଵୟ ସମିତି କନ୍ଧମାଳ ଜିଲ୍ଲା ସଂଯୋଜକ ଗୁରୁରମ ପାତ୍ର , ନିଧି ପ୍ରମୁଖ ଅନ୍ତର୍ଯ୍ୟାମି ବେହେରା , ସୁବାସିଶ ପଣ୍ଡା , ଅଚ୍ୟୁତା ନନ୍ଦ କହଁର, ଶ୍ରୀବତ୍ସ ଭାଇ , ରମେନ୍ଦ୍ର ମଲ୍ଲିକ, ପାମା ମଲ୍ଲିକ, ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
