ବୁଝିଲାନି ମନ, ସର୍ପାଘାତରେ ମୃତ ପୁଅର ଚିକିତ୍ସା ପାଇଁ ମୃତଦେହକୁ ଧରି ୪ଶହ କିଲୋମିଟର ଆସିଲା ମା’

Independence

ଖଇରା : ମାଆ ଯାଇଥିଲା ଏକମାତ୍ର ପୁଅ ଓ ଝିଅକୁ ନେଇ ଭାଇ ହାତରେ ରାଖି ବାନ୍ଧିବା ପାଇଁ। ହସଖୁସିରେ ବାପ ଘରେ କଟି ଥିଲା ସମୟ ହେଲେ ଗତକାଲି ରାତିରେ ଘଟିଥିଲା ଅଘଟଣ ସାପ କାମୁଡାରେ ଚାଲି ଯାଇଥିଲା ପୁଅର ଜୀବନ। ଏପରି ଏକ ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଳକ ଖରଟଲା ଗ୍ରାମରେ। ବାଲେଶ୍ବର ଜିଲ୍ଲା ଖଇରା ଥାନା ସୁନ୍ଦରପୁର ଗ୍ରାମର ସୂର୍ଯ୍ୟକାନ୍ତ ନାଈକଙ୍କ ସ୍ତ୍ରୀ ବାଲମତୀ ପୁଅ ଓ ଝିଅକୁ ନେଇ ରାଖି ବାନ୍ଧିବା ପାଇଁ ଯାଇଥିଲେ ବାପ ଘରକୁ। ସେଠାରେ ଗତକାଲି ବିଳମ୍ବିତ ରାତିରେ ବାଲମତୀଙ୍କ ପୁଅ ଜୟପ୍ରକାଶ (୯) ରାତିରେ ହଠାତ୍ ଚିତ୍କାର କରିଥିଲେ। ସେଠାରୁ ତାଙ୍କୁ ସ୍ଥାନୀୟ ବିଶ୍ରା ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିଲେ। ମାଆର ମନ ବୁଝି ନଥିଲା। ୪ଶହ କିମି ଦୂର ଖଇରା ମେଡିକାଲକୁ ଆଣିଥିଲେ। ହେଲେ ସେଠାରେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଅଭିଯୋଗ ପାଇ ମୃତଦେହକୁ ଜବତ କରିଛି। ଏହି ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ad-week
Leave A Reply

Your email address will not be published.