
କ୍ଷତିପୂରଣ ଦାବିରେ ମୃତକଙ୍କ ପରିଜନ,ଗ୍ରାମବାସୀଙ୍କ 63 ନମ୍ବର ଜାତୀୟ ରାଜପଥ ଅବରୋଧ
କୋଟପାଡ଼ : କୋରାପୁଟ ଜ଼ିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ଡଙ୍ଗରି ଗ୍ରାମ ନିକଟରେ ଏକ ହୃଦୟସ୍ପର୍ଶୀ ସଡ଼କ ଦୁର୍ଘଟଣାରେ ମାମୁଁ ଭଣଜାଙ୍କ ପ୍ରାଣହାନି ଘଟିଛି l ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ମାଇଁ l ସୂଚନା ପ୍ରକାରେ,ଢlମଣାହାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଭୁର୍ଷି ଗ୍ରାମର ଲଛିମଧର ପୂଜାରୀ (25)ତାଙ୍କ ପତ୍ନୀ ଦୟମତି ପୂଜାରୀ ଏବଂ ଭଣଜା ଶ୍ରୀ ପୂଜାରୀ (4)ଙ୍କ ସହିତ ମୋଟର ସାଇକେଲ ନମ୍ବର (ଓଡି -10- ଏମ- 2951,ଏଚଏଫ ଡୀଲକ୍ସ )ରେ ଯାଉଥିବା ବେଳେ ଜାତୀୟ ରାଜପଥ -63 ଡଙ୍ଗରି ଗ୍ରାମ ନିକଟରେ ସମ୍ମୁଖରୁ ଏକ ଅଜଣା ଗାଡ଼ି ଦ୍ରୁତଗତିରେ ଆସି ଏମାନଙ୍କୁ ଧକ୍କା ଦେଇଥିଲା l ଯାହା ଫଳରେ ଲଛିମଧର ଏବଂ ତାଙ୍କ ଭଣଜାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ଯୋଗୁଁ କୋଟପାଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ଡାକ୍ତର ଅଧିକ ରକ୍ତଶ୍ରାବ କାରଣରୁ ଉଭୟଙ୍କୁ ମୃତ ଘୋଷଣା କରିଥିଲେ l
ଅନ୍ୟପକ୍ଷରେ ଉତ୍ୟକ୍ତ ଗ୍ରାମବାସୀ ଏବଂ ମୃତକଙ୍କ ପରିଜନ କ୍ଷତିପୂରଣ ଦାବୀକରି ରାଜପଥ ଦୁଇଘଣ୍ଟା କାଳ ଅବରୋଧ କରିଥିଲେ l କୋଟପାଡ଼ ତହସିଲଦାର ଟ୍ୱିଙ୍କଲ ସେଠି ଏବଂ ଏଡିସନାଲ ତହସିଲଦାର ପର୍ଶୁରାମ ଭତ୍ରା ଘଟଣା ସ୍ଥଳରେ ପହଂଚି ରେଡ଼କ୍ରସ ପାଣ୍ଠିରୁ ତିରିଶି ହଜାର ଟଙ୍କାର ଚେକ ପ୍ରଦାନ କଲାପରେ ଏବଂ ସ୍ଥାନୀୟ ପୋଲିସ ଅଜଣା ଗାଡିକୁ ତଦନ୍ତ କରି ଧରି ଆଣିବାର ପ୍ରତିଶୃତି ଦେଲାପରେ ରାଜପଥ ଅବରୋଧକlରି ଘଟଣା ସ୍ଥଳରୁ ଓହରିଲେ l
