ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, କାର୍‌ରୁ ମୃତଦେହ ଉଦ୍ଧାର

ସମ୍ବଲପୁର: ସମିତି ସଭ୍ୟଙ୍କୁ ହତ୍ୟା । ବରଗଡ଼ ଜ଼ିଲ୍ଲା ଆଗଲପୁର ସମିତି ସଭ୍ୟଙ୍କୁ ଗୁଳି ମାଡ଼। ଗୁଳିମାଡ଼ରେ ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକଙ୍କ ମୃତ୍ୟୁ ହୋଇଛି । ସିନାଜୋରୀ କେବାଡ଼ କେନାଲ ରୋଡ଼ରେ ଗୁଳିକାଣ୍ଡ ଘଟାଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । କାର୍ ଭିତରେ ବସିଥିବାବେଳେ ଗୁଳିମାଡ଼ ହୋଇଛି । କାର ଭିତରୁ ମୃତଦେହ ଉଦ୍ଧାର ହୋଇଛି। କିଏ ଓ କାହିଁକି ଗୁଳିମାଡ଼ କଲା କାରଣ ଅସ୍ପଷ୍ଟ ରହିଛି। ଡୁଙ୍ଗୁରିପାଲି ଓ ବରପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

  ଟଙ୍କା କାରବାରରୁ ଅଚ୍ୟୁତାନନ୍ଦଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ଅଚ୍ୟୁତାନନ୍ଦଙ୍କୁ ଟଙ୍କା ଫେରାଇବା ପାଇଁ କେହି ଜଣେ ଡାକିଥିଲେ। ପୋଲିସ ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ କରୁଥିବା ବେଳେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏବଂ ଅଭିଯୁକ୍ତଙ୍କ ସମ୍ପର୍କରେ ଖୁବଶୀଘ୍ର ସ୍ପଷ୍ଟ ସୂଚନା ମିଳିବ ବୋଲି ଆଶା କରାଯାଉଛି ।

ad-week
Leave A Reply

Your email address will not be published.